Breaking News

ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କୁ ଦୁବ୍ୟହାର ; ଟିଉସନ ସାର ଗିରଫ

 ଡେଲାଙ୍ଗ--- ପୁଣି ଶିକ୍ଷକ ଓ ଛାତ୍ରଙ୍କ ମଧ୍ୟରେ ଥିବା ସୁସମ୍ପର୍କରେ ଲାଗିଛି କଳା ଦାଗ  । ରସିକ ଟିଉସନ ସାରେ ଗିରଫ ହୋଇ ଜେଲର ଚାରିକାନ୍ଥ ପରିସରରେ ନିଜର କୁକର୍ମ ପାଇଁ ଭୋଗିବେ ଦଣ୍ଡ  । ଡେଲାଙ୍ଗ ଥାନାରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀର ମା ଟିଉସନ ସାରଙ୍କ ବିରୁଧରେ ଦୁବ୍ୟବହାର କରିଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଗ୍ରହଣ କରି ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟାନୟକ ୧୭୮/୧୯ରେ ଏକ କେସରୁଜ କରି କାମୁକା ଟିଉସନ ସାରଙ୍କୁ ଗିରଫ କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ବେସରକାରୀ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ରୀ ଟିଉସନ ହେବାପାଇଁ ଯାଇଥାଏ  । ମାତ୍ର ଏହି କାମୁକା ରସିକ ଟିଉସନ ସାରେ ନିଜର ହିତାହିତ ଜ୍ଞାନ ହରାଇ ଦେଇ କୋମଳ ମତି ଶିଶୁକୁ ଦୁବ୍ୟବହାର କରିଥିଲେ  । ଏହି ଘଟଣା ସମ୍ପର୍କରେ ଝିଅଟି ତା ମା ଆଗରେ କହିଥିଲା  । ଝିଅ ଠାରୁ ମା ସମସ୍ତ ଘଟଣା ଜାଣିବା ପରେ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି  ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି        

Blog Archive

Popular Posts