Breaking News

ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା


N das
baragada News
 ବରଗଡ଼----  ବରଗଡ଼ ଜିଲ୍ଲା ଅତାବିରା ଏନଏସି ସ୍ଥିତ ବାଳିକା ପିୟୁଜିୟୁପି ସ୍କୁଲରେ ଗୀତା ସୁଗୀତା କର୍ତ୍ତବ୍ୟା  ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଜିଲ୍ଲା ସଂଯୋଜକ ରାଧବଲ୍ଳଭ ପଣ୍ଡାଙ୍କ ତତ୍ୱା ବଧାନ ତଥା ହରି ପ୍ରସାଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଓ ଗୀତା ଜ୍ଞାନ ପରୀକ୍ଷା ତଥା ଗୀତା ସୁଗୀତା କର୍ତ୍ତବ୍ୟା ଅନୁଷ୍ଠିତ ହୋଇଯାଇଛି। ଅତିଥି ମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ପଣ୍ଡା,କୃଷ୍ଣଚନ୍ଦ୍ର ପ୍ରଧାନ ରହିଥିବାବେଳେ ପ୍ରଥମେ ମା ବୀଣାପାଣିଙ୍କ ଠାରେ ଦ୍ବୀପ ପ୍ରଜ୍ବଳନ କରି ପୂଜାର୍ଚ୍ଚନା କରିବାପରେ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବ୍ଲକର ୧୪ଟି ସ୍କୁଲ ରୁ ତିନୋଟି ଗ୍ରୁପରୁ କ ଗ୍ରୁପରେ ୫ଜଣ,ଖ ଗ୍ରୁପରେ ୨୨ଜଣ,ଗ ଗ୍ରୁପରେ ୧୯ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ।ବିଚାରକ ଭାବେ ୬ଜଣ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ଗୋବିନ୍ଦ ପଧାନ,ଯୋଗେଶ୍ୱର ଶାସ୍ତ୍ରୀ, ମିନତୀ ଦାଶ, ସୁଷମା ସାହୁ,ରମେଶ ଚନ୍ଦ୍ର ପଣ୍ଡା,ପ୍ରିୟଦର୍ଶୀନି ଆଚାର୍ଯ୍ୟ ରହିଥିଲେ। ସହଯୋଗୀ ଭାବେ ହରିବୋଲ ଅଦାବର,ନିର୍ମଳ ପଧାନ,ଅଶ୍ୱିନୀ ପଧାନ ପ୍ରମୁଖ ରହିଥିଲେ।

ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts