Breaking News

ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ରୁପା ଅଳଙ୍କାର ଚୋରି; ପିପିଲି ପୋଲିସକୁ ଚ୍ୟାଲେଞ ଦେଲେ ଲୁଟେରା

ପିପିଲି-ପିପିଲି ଅଞ୍ଚଳର ଆରଧ୍ୟ ଠାକୁର ପ୍ରଭୁ ଶ୍ରୀ ପତିତପାବନ ଦେବଙ୍କ ମନ୍ଦିରରୁ ଶନିବାର ବିଳମ୍ବିତ ରାତିରେ ଦୁର୍ବତ ମାନେ ଲକ୍ଷାଧିକ ଟଙ୍କା ମୁଲ୍ୟର ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେବାରେ ସକ୍ଷମ ହୋଇଛନ୍ତି ।  ଖବର ପାଇ ପିପିଲି ପୋଲିସ ଘଟଣାର ତଦନ୍ତ ଚଳାଇଛି  ।  ୪ଦିନ ତଳେ ଜାତୀୟ ରାଜପଥର ବାଇପାସ ଉପରୁ ଜଣେ ବ୍ୟବସାୟୀଙ୍କ ଠରୁ ଲୁଟ ସର୍ମ୍ପକରେ ପୋଲିସର ହାତ ଖାଲି  ।  ଗତକାଲି ରାତିରେ ଘଟିଥିବା ଏହି ମନ୍ଦିରରୁ ଚୋରି ଘଟଣା ପୋଲିସ  ପାଇଁ ଚ୍ୟାଲେ୍ଞ୍ଜ ସୃଷ୍ଟି କରିଛି । ଅନ୍ୟ ପକ୍ଷେ ସାଧରଣ ଲୋକଙ୍କ ଧନ ଜୀବନର ସୁରକ୍ଷା ପ୍ରତି ଏବେ ବଡ ପ୍ରଶ୍ନବାଚି ସୃଷ୍ଟି କରିଛି । ସୁଚନା ଥାଉକି ଗତକାଲି ପିପିଲି ଦରଜୀସାହି ସ୍ଥିତ ପତିତପାବନ ମନ୍ଦିରରୁ ଲୁଟେରା ମାନେ ୪ଟି ତାଲା ଭାଙ୍ଗି ମନ୍ଦିରରେ ଥିବା ପତିତପାବନଙ୍କ ସମସ୍ତ ରୁପା ଅଳଙ୍କାର ରାଧାଙ୍କ ସୁନାର ନୋଥ,ଗୁଣା,ଟିକା ୨ଦୁଇଟି  ଏବଂ ପତିତପାବନଙ୍କ ସୁନାମୁଦି,   ପାର୍ଶ୍ୟ ଦେବାଦେବୀଙ୍କର ୧୦ହଳ କୀରଟି ର ସୁନା, ରୁପା ଅଳଙ୍କାର ପାଟବସ୍ତ୍ର ୧୦ ହଳ,  ନଗଦ ୩୫ ହଜାର ଟଙ୍କା ସହିତ ଦାନବାକ୍ସରୁ ସମସ୍ତ ଟଙ୍କା,ଅଣ୍ଟାପଟି,ଭୁଜଆୟୁଧ,ମଥାମଣି,ନାକଚଣା,ମଥାକିରଟି  ସବୁ ଚୋରି ହୋଇ ଯାଇଥିବା ନେଇ ପିପିଲି ଥାନାରେ ପୁଜକ ଲକ୍ଷ୍ମିଧର ପଣ୍ଡା ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ପିପିଲି ପୁଲିସ ଏକ ମାମଲା ୨୩୬/୧୯ରେ ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ।  ଘଟଣାସ୍ଥଳେ ପିପିଲି ଥାନା ଅଧିକାରୀ ଶରତ କୁମାର ସାହୁ ଙ୍କ ସହ ପୁରୀରୁ ସାଇଣ୍ଟଫିକ ଟିମ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି  ।
ପିପିଲିରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts