ସତ୍ୟବାଦୀରେ ଗୁରୁ ଦିବସରେ ଶିକ୍ଷକ, ଶିକ୍ଷୟତ୍ରୀ, ଅଧିକାରୀ ଓ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧନା ଉତ୍ସବ\
ସାକ୍ଷୀଗୋପାଳ -----ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଏଲିମେଶ୍ଟାରୀ ଶିକ୍ଷକ ସମନ୍ୱୟ ସମିତି ପକ୍ଷରୁ ସାକ୍ଷୀଗୋପାଳ ଷ୍ଟେଟବ୍ୟାଙ୍କ ନିକଟ କ୍ରୀଷ୍ଣା ଗାର୍ଡେନ ପରିସରରେ ଗୁରୁ ଦିବସରେ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ମୁଖ୍ୟବକ୍ତା ସତ୍ୟବାଦୀ ବିଧାୟକ ଉମାକାନ୍ତ ସମନ୍ତରାୟ ଯୋଗଦାନ କରିଥିଲେ । ଦେଶରେ ପ୍ରତି କ୍ଳାସକୁ ଶ୍ରେଶୀଗୃହ ଓ ଶିକ୍ଷକ ଯୋଗାଇବାରେ ସରକାର ବିଫଳ ବୋଲି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କରିଥିଲେ । ସେହିପରି ରାଜ୍ୟ ସରକାର ଶିକ୍ଷା ବିଭାଗରେ ଏପରିକି କେତେକ ଯୋଜନା ସରକାର କରିଛନ୍ତି ମାତ୍ର ସେ ଗୁଡିକ ମନ୍ତ୍ରୀ ବା ଅଥିକାରୀ ମାନଙ୍କ ସହ ଆଲେଚନା ନ କରି ତାହା ଲାଗୁ କରି ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ । ସେହିପରି ସ୍ଥାନୀୟ ବିଧାୟକ କହିଥିଲେ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଅବହେଳା ହୋଉଛି ବୋଲି ଆଜି ଆମ ସମସ୍ତଙ୍କୁ ସ୍ୱୀକାର କରିବାକୁ ପଡିବ ବୋଲି ମୁଖ୍ୟବକ୍ତା ଶ୍ରୀ ସମାନ୍ତରାୟ କହିଥିଲେ । ସମ୍ମାନୀତ ଅତିଥି ଭାବେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ପ୍ରକଳ୍ପ ସଂଯୋଜିକା ସୌନ୍ଦଜ୍ୟ ମଞ୍ଜରୀ ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱଜିତି ବୋଷ, ବିଡିଓ ସରୋଜ କୁମାର ଦତ୍ତ, ପୂତ ମଣ୍ଡଳ ଶିକ୍ଷା ଅଧିକାରୀ କଳ୍ପନା ହାଁସଦା, ଜିତେନ୍ଦ୍ର ନାୟକ, ବ୍ଳକ ଶିକ୍ଷା ଅଧିକାରୀ ଧୁବ ଚରଣ ଜେନା ପ୍ରମୁଖ ଯୋଗଦାନ କରି ଶିକ୍ଷା ବିଭାଗ ଓ ଶିକ୍ଷକ ସଂଘ ସମ୍ପର୍କରେ ଆଲେକପାତ କରିଥିଲେ । ଏହି ଅବସରରେ ବ୍ଳକର ଅବସର ନେଇଥିବା ଶିକ୍ଷକ ,ଶିକ୍ଷୟତ୍ରୀ,ଅଧିକାରୀ ମାନଙ୍କ ସହିତ ସମ୍ବାଦିକ, ସମାଜସେବୀଙ୍କୁ ଅତିଥିମାନେ ମାନପତ୍ର , ଉପଢ଼ୌକନ ଓ ପୁଷ୍ପଗୁଛ ଦେଇ ସମ୍ବଦ୍ଧିତ କରିଥିଲେ । ଏହି ଉତ୍ସବରେ ବ୍ଳକରେ ଥିବା ସମସ୍ତ ଶିକ୍ଷକ ସଂଘର କର୍ମକର୍ତ୍ତା ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିଲେ । ଶିକ୍ଷକ ସମନ୍ୱୟ ସଂଘର ସଭାପତି ସୁକାନ୍ତ କୁମାର ମିଶ୍ର ସ୍ୱାଗତ ଭାଷଣ ଦେବାସହ ସଭାଟିକୁ ସଂଯୋଜନା କରିଥିବା ବେଳେ ସମ୍ପାଦକ ସୁନୀଲ କୁମାର ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷକ ସନ୍ତୋଷ କୁମାର ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଦୁର୍ଗା ଚରଣ ମିଶ୍ର, ସମ୍ପାଦକ ବିଜୟ କିଶୋର ନନ୍ଦ, ଜିଲ୍ଲାପରିଷଦ ସଂଘର ସଭାପତି ବିଜୟ କୁମାର ଦାସ, ସମ୍ପାଦକ ବସନ୍ତ କୁମାର ସ୍ୱାଇଁ, କନିଷ୍ଠ ଶିକ୍ଷକ ସଂଘର ସଭାପତି ସୁମନ୍ତ କୁମାର ପାଲ ସମ୍ପାଦକ ଶିବରାମ ଖଟୋଇ ଓ ଗଣ ଶିକ୍ଷକ ସଂଗର ସଭାପତି ଅଶୋକ କୁମାର ପ୍ରଧାନ, ସମ୍ପାଦକ ନରୋତ୍ତମ ଛାଟୋଇଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି