ସାକ୍ଷୀଗୋପାଳରେ ଅନୁଷ୍ଠିତ ଶ୍ରୀରାଧା ଜନ୍ମୋତ୍ସବର ଦ୍ୱତୀୟ ଦିବସକୁ ଉଦ୍ ଘାଟନ କଲେ ରାଜ୍ୟପାଳ
ସାକ୍ଷୀଗୋପାଳ -----ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସିଂହଦ୍ୱାର ଭଜନ କିମଟି ଆନୁକୂଲ୍ୟରେ ତିନିଦିନ ଧରି ଅନୁଷ୍ଠିତ ଶ୍ରୀରାଧା ଜନ୍ମୋତ୍ସବର ଦ୍ୱିତୀୟ ଦିବସକୁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଯୋଗଦେଇ ଥିଲେ । ସଭାସ୍ଥଳରେ ଥିବା ଶ୍ରୀକୃ୍ଷ୍ଣଙ୍କ ମୁର୍ତ୍ତିରେ ରାଜ୍ୟପାଳ ଫୁଲ, ଧୂପ ଓ ଦୀପ ପ୍ରଜ୍ୱଳନ କରି ସଭାଟିକୁ ଉଦ୍ଘାଟନ କରିଥିଲେ । ଆମେ ଏପରି ଭୂମିରେ ଜନ୍ମ ଗ୍ରହଣ କରିଛେ ଯାହାକି ଆମର ସବୁକିଛି ପ୍ରଭୁ ଜଗନ୍ନାଥଙ୍କ ଉପରେ ନ୍ୟସ୍ତ ରହିଛି । ଶାନ୍ତ ଓ ନିର୍ମଳ ମନରେ ଶ୍ରୀଜଗନ୍ନାଥଙ୍କୁ ପୂଜା କଲେ ମା ଶ୍ରୀ ରାଧାଙ୍କୁ ପାଇ ପାରିବେ ବୋଲି କହିଥିଲେ । ଏହି ଅବସରରେ ଭଜନ କମିଟି ପକ୍ଷରୁ ରାଜ୍ୟପାଳଙ୍କୁ ମାନପତ୍ର , ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବଦ୍ଧିତ କରାଯାଇଥିଲା । ସିଂହଦ୍ୱାର ଭଜନ କମିଟିର ଉପେଦେଷ୍ଟା ସୁକାନ୍ତ କିଶୋର ସାମନ୍ତରାୟ ସଭାରେ ସଭାପତିତ୍ୱ କରିବା ସହ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଭଜନ କମିଟି ପକ୍ଷରୁ ଅବସର ପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଦାସ, ଡା ଅମୀୟ କୁମାର ମହାପାତ୍ର, ବରିଷ୍ଠ ସେବକ ବିଶ୍ୱନାଥ ମହାପାତ୍ର ଓ ଦୀଲିପ ଶ୍ରୀଚନ୍ଦନଙ୍କୁ ରାଜ୍ୟପାଳ ମାନପତ୍ର , ଉତ୍ତରୀୟ ପୁଷ୍ପଗୁଛ ଦେଇ ସମ୍ମାନୀତ କରିଥିଲେ । ଡା ରାଜ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଶ୍ରୀରାଧା ତତ୍ୱ ଓ ସତ୍ୟବାଦୀ ଯୁଗର ପଞ୍ଚସଖା, ବକୁଳବନ ସମ୍ପର୍କରେ ଆଲୋକପାତ କରିଥିଲେ । ସିଂହଦ୍ୱାର ଭଜନ କମିଟିର ସମ୍ପାଦକ ଦିବାକର ମହାପାତ୍ର ବାର୍ଷିକ ବିବିରଣୀ ପାଠ କରିଥିଲେ । ଭଜନ କମିଟି ପକ୍ଷରୁ ରାଜ୍ୟପାଳଙ୍କୁ ସ୍ୱାଗତ କରିବା ପାଇଁ ଭଜନ କୀର୍ତ୍ତନ, ଏନସିସି ଓ ସ୍କାଉଟ ପିଲାମାନେ ଉପସ୍ଥିତ ରହିଥିଲେ । ସତ୍ୟବାଦୀ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୃତୟନ କରାଯାଇଥିଲା । ସେହିପରି ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଯାଇଛି । ଅଞ୍ଜନ କୁମାର ହୋତା ସଭା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ପରେ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବା ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି