ଡେଲାଙ୍ଗ ବ୍ଲକ୍ ରେ ପିସି କାରବାର ପ୍ରମାଣ ମିଳିଲା , କାର୍ଯ୍ୟାନୁଷ୍ଠାନ ଗ୍ରହଣ କେବେ
ଡେଲାଙ୍ଗ----- ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ୍ ରେ ପିସି କାରବାର ପ୍ରମାଣ ମିଳିଲା । କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ଜନସାଧାରଣ ଅପେକ୍ଷା କରିଛନ୍ତି । ଘଟଣାରୁ ପ୍ରକାଶ ଯେ ବିଧାୟକ ବ୍ଲକ କାର୍ଯ୍ୟାଳୟ ପରିସରରେ ଜନଶୁଣାଣି କରିଥିଲେ । ସୁଜନପୁର ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ ଭବନ ଅର୍ଥ ଦେବାପାଇଁ ବ୍ଲକର ସହକାରୀ ଯନ୍ତ୍ରୀ ଠିକାଦାର ବିପିନି ବିହାରି ନରେନ୍ଦ୍ରଙ୍କ ଠାରୁ ଆଠ ହଜାର ଟଙ୍କା ପିସି ନେଇଥିଲେ ମଧ୍ୟ ବିଲ କରିନଥିଲେ । ବିଶେଷ କରି ବିଡ଼ିଓ ତାଙ୍କ ପିସି ନ ପାଇବାରୁ ବିଲ କରିନଥିଲେ ବୋଲି ଶୁଣିବାକୁ ମିଳେ । ଏଣୁ ବିଧାୟକ ଜନଶୁଣାଣି ସମୟରେ ଏହି ପ୍ରସଙ୍ଗ ଠିକାଦାର ଉଠାଇବା ସହ ବିଧାୟକ ଙ୍କ ନଜରକୁ ଆଣିଥିଲେ । ଶେଷରେ ବ୍ଲକ ରେ ସହକାରୀ ଯନ୍ତ୍ରୀ ବିଧାୟକ ପ୍ରଦୀପ ମହାରଥୀ ବ୍ଲକ ଅଧ୍ୟକ୍ଷ ଓ ବିଡିଓ ଙ୍କ ଆଗରେ ପିସି ନେଇଥିବା ଟଙ୍କା ଫେରସ୍ତ କରିଥିଲେ । ଏହାଠାରୁ ଲଜ୍ଜାଜନକ କିଛି ନାହିଁ । ସହକାରୀ ଯନ୍ତ୍ରୀ ବିଲ କରାଇ ଦେବା ନାମରେ ଅର୍ଥ ନେଇ ପୁଣି ଅର୍ଥ ଫେରାଇବା କି ଲଜ୍ଜାକର ଘଟଣା । ପୁରୀ ଜିଲ୍ଲାରେ ଏହା ପ୍ରଥମ ଘଟଣା ବୋଲି ଲୋକମାନେ କହନ୍ତି । ଦେଖାଯାଉ ଜିଲ୍ଲାପାଳ ଡେଲାଙ୍ଗ ବିଡ଼ିଓ ଓ ସହକାରୀ ଯନ୍ତ୍ରୀ ଙ୍କ ବିରୁଦ୍ଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବା ପାଇଁ ଡେଲାଙ୍ଗ ଅଞ୍ଚଳ ବାସି ଅପେକ୍ଷା କରିଛନ୍ତି ।