Breaking News

ବାଲିଗୁଡା ରେ ଗଣେଷ ପୂଜା ପାଳିତ



 ବାଲିଗୁଡା   ------ବାଲିଗୁଡା ଟାଉନ ତଥା ଏହାର ଆଖ ପାଖ ଅଞ୍ଚଳ ରେ ଅଗ୍ରପୂଜ୍ୟ ଶ୍ରୀଗଜାନନଙ୍କ ର ପୂଜନ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି । ଏହି ଅବସରରେ  ପୂଜକଙ୍କ ଦ୍ୱାରା ପୂଜା ଆରମ୍ଭ କରାଯାଇ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା । ଟାଉନ ର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନୁଆସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଶିକ୍ଷା ନିକେତନ, ଆଦିବାସୀ ମହାବିଦ୍ୟାଳୟ, ବନବାସି ସେବା ସମିତି, ଆର.ଜେ.ଏଜୁକେସନାଲ ଇନଷ୍ଟ୍ୟୁସନ ଉପାସନା ଏଜୁକେସନ ଟ୍ରଷ୍ଟ ଓ ବଡଗାଁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସିନ୍ଧିରିଗାଁ ର ସରକାରୀ ଉଚ୍ଚ ବିଦ୍ୟାଳୟ,ଏବଂ ସିପାଞ୍ଜିରି ର ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ର ଗଜାନନ ଙ୍କ ପ୍ରତିମା ସାଜସଜ୍ଜା, ତୋରାଣ, ଆଲୋକ ମାଳା ସବୁଠାରୁ ଲୋଭନୀୟ ତଥା ଆକର୍ଷଣୀୟ ହୋଇପାରିଥିଲା ।  ସନ୍ଧ୍ୟାରେ ଟାଉନ ର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଗହଳ ଚହଳ କୁ ଦୃଷ୍ଟି ରେ ରଖି ପୋଲିସ ବିଭାଗ ତରଫରୁ ସ୍ଥାନୀୟ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଙ୍କ ନେତୃତ୍ୱରେ  ପ୍ରତ୍ୟେକ ପୂଜା ଅନୁଷ୍ଠାନ ସମେତ ସମଗ୍ର ସହର ରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।
କନ୍ଧମାଳରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ୍
m panda
kandhamala News

Blog Archive

Popular Posts