Breaking News

ବରଗଡ଼ ଜିଲ୍ଲାର ଅତାବିରା ବ୍ଲକ ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଅସନ୍ତୋଷ ବୃଦ୍ଧି


N das
Atabira News
 ବରଗଡ଼----- ରାଜ୍ୟରେ ଗାଁ ଗଣ୍ଡାର ବିକାଶ କରାଯାଇଛି ବୋଲି ଡିଣ୍ଡିମ ବାଡେଇ ଚାଲିଛନ୍ତି  ସରକାର । ମାତ୍ର  ବରଗଡ ଜିଲ୍ଲା ଅତାବିରା ବ୍ଲକ ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବିକାଶ ନାମରେ ବିନାଶ କରିଚାଲିଛନ୍ତି ଗ୍ରାମ ଗୁଡିକର ବୋଲି ଲୋକମାନେ କହନ୍ତି । ସୂଚନା ଯୋଗ୍ୟ  ଯେ  ଜ୍ୱଳନ୍ତ ଉଦାହରଣ ଜାଙ୍ଗେଡ଼ ପଞ୍ଚାୟତ ହଲଦୀପାଲି ଗ୍ରାମ। ଦେଶ ସ୍ବାଧୀନତାର ୭୫ ବର୍ଷ ପରେ ବି ଗାଁକୁ ନା ଅଛି   ଭଲ ରାସ୍ତା ଟେ ନା ପାନୀୟ ଜଳର ବ୍ୟବସ୍ଥା ।  ଏ ସମ୍ପର୍କରେ ଜୁଲାଇ ୨ତା ଦିନ ହଲଦୀ ଗ୍ରାମବାସି ବ୍ଲକ ବିଡ଼ିଓ ପ୍ରଣବ କୁମାର ଚାନ୍ଦଙ୍କୁ ରାସ୍ତା, ପାନୀୟ ଜଳ,ପୋଖରୀ ହିଡର ଦୁରାବସ୍ତା କୁ ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ଶୁଣିବା ପରେ  ବର୍ଷା ପରେ ଅକ୍ଟୋବର  ମାସରେ କାମ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ହେଲେ ଗ୍ରାମବାସୀଙ୍କୁ ନ ଜଣାଇ ଏବେ ପୁଣି ବର୍ଷାରେ କାହା ସ୍ୱାର୍ଥରେ କାମ ହୋଉଛି । ପୁଣି  ବିନା ଫଳକ ତଥା ବେନିୟମ ଭାବରେ ଅତି ନିମ୍ନମାନର କାମ ହେଉଥିବା  ଗ୍ରାମବାସୀମାନେ ଅଭିଯୋଗ କରନ୍ତି।  ବିଡ଼ିଓ ମହାଶୟ ଙ୍କୁ  ଏ ସମ୍ପର୍କରେ ପଚାରିବାରୁ ଆମେ  କାହାରିକୁ କାର୍ଯ୍ୟ କରିବା ପାଇଁ ଅର୍ଡର ଦେଇନାହୁଁ  । ଯଦି କିଏ ତାଙ୍କ ଇଛାରେ ରାସ୍ତା ତିଆରି କରୁଛନ୍ତି ତେବେ ବିଲ କରାଯିବ ନାହିଁ ବୋଲି କହିଥିଲେ। ଅନ୍ୟ ପକ୍ଷେ ଉକ୍ତ କାମ କରୁଥିବା ଠିକାଦାରଙ୍କୁ ପଚାରିବାରୁ ସେ କହନ୍ତି ରାସ୍ତା କାମ ବିଭାଗୀୟ। ଜେଇଙ୍କ ନାମରେ  ହୋଇଛି ବୋଲି ଠିକାଦାର ଜଣଙ୍କ କହିଥିଲେ ବୋଲି ଗ୍ରାମବାସୀ ମାନେ କହନ୍ତି । ଏହି ରାସ୍ତା ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଇ ୯୦ ମିଟର ରାସ୍ତା କାମ ହେବ ବୋଲି ଉକ୍ତ ଠିକାଦାର କହିଥିଲେ। ଏନେଇ ଗ୍ରାମବାସି  ସରପଞ୍ଚଙ୍କୁ ପଚାରିବାରୁ ଜେଇଙ୍କ ନାମରେ  କାମ ଅଛି ଗାଁ ଲୋକଙ୍କୁ କିଛି ଜଣେଇବାର ଦରକାର ନାହିଁ ବୋଲି ସରପଞ୍ଚ କହିଛନ୍ତି ବୋଲି ଲୋକମାନେ କହନ୍ତି । ଅନ୍ୟ ପକ୍ଷରେ ବିଡ଼ିଓ ଗ୍ରାମବାସୀଙ୍କୁ ଦେଇଥିବା ପ୍ରତିଶୃତି ରଖୁଛନ୍ତି ନା ପିସି ଲୋଭରେ ବିଲ୍ କରୁଛନ୍ତି ତାହା ଦେଖିବା ପାଇଁ ରହିଲା । ଅନ୍ୟ ପକ୍ଷରେ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ନଚେତ୍ ଆଗାମୀ ଦିନରେ ଆନ୍ଦୋଳନକୁ ଗ୍ରାମବାସୀମାନେ ତୀବ୍ରତର କରିବେ ବୋଲି ଚେତାବନୀ ଦେଇଥିବ ଜଣାପଡିଛି  ।

ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts