ପ୍ରଭୁ ଲିଙ୍ଗରାଜ ଆଜି ଉପାସରେ
ଭୁବନେଶ୍ବର ----- ବ୍ରାହ୍ମଣ ନିଯୋଗ-ପୂଜାପଣ୍ଡା ନିଯୋଗଙ୍କ ଦାବି କଲେ ମନ୍ଦିର ପ୍ରଶାସନ ପାଖରେ । ମନ୍ଦିର ପରିଚାଳନା କମିଟି ସେମାନଙ୍କ କଥା ଶୁଣିବ
। ମାତ୍ର ଆଜି ପରିଣାମ ଭୋଗୁଛନ୍ତି ମହାପ୍ରଭୁ ଲିଙ୍ଗରାଜ। ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୋଷ ହୋମ ନୀତି ବନ୍ଦ ରହିଛି। ଫଳରେ ଉପାସରେ ରହିବେ ପ୍ରଭୁ। ଏହା ଶ୍ରଦ୍ଧାଳୁଙ୍କୁ ଖୁବ୍ ବ୍ୟଥିତ କରିଛି। ହେଲେ ଏଥିନିମନ୍ତେ ମନ୍ଦିର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଦାୟୀ ବୋଲି କହିଛନ୍ତି ଦୁଇ ନିଯୋଗର କର୍ମକର୍ତ୍ତାମାନେ । ସୋମାନଙ୍କ ଦାବି ସମ୍ପର୍କରେ ଆଗରୁ ଜଣାଇଥିଲେ । ମନ୍ଦିର ପରିଚାଳନା କମିଟି ନ ଶୁଣିବାରୁ ବାଧ୍ୟ ହୋଇ ଦୁଇ ନିଯୋଗ ଶେଷରେ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି ।
ଧୀରେନ୍ଦ୍ର ସେନାପତି