ଶାନ୍ତି ସ୍ତୁପ ଧଉଳି ରେ ବୃକ୍ଷ ରୋପଣ ଓ ସଫେଇ
ପିପିଲି -ବିଶ୍ୱ ପ୍ରସିଦ୍ଧ ଐତିହାସିକ ପୀଠସ୍ଥଳି ଶାନ୍ତି ସ୍ତୁପ ଧଉଳି ରେ ପିପୁଲ ଫର ସେବା ସ୍ୱେଛାସେବୀ ସଂଗଠନ ଦ୍ୱାରା ବୃକ୍ଷ ରୋପଣ ଓ ସଫେଇ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ପିପୁଲ ଫର ସେବାର ପ୍ରକାଶ ସାହୁ ଙ୍କ ଅଧ୍ୟକ୍ଷତାରେ ୩୦ଜଣ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଖାଲି ପଡିଥିବା ରାସ୍ତା କର ପାହଡ ଗୁଡିକରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା ।ଏହି ପରିବେଶ ସୁରକ୍ଷା ଅଭିଯାନର ମହାନ କାର୍ଯ୍ୟ ପାଇଁ ସ୍ଥାନିୟ ଅଂଚଳର ଜନସାଧରଣ ଓ ପର୍ଯ୍ୟଟକ ମାନେ ଭୁୟଂସି ପ୍ରଶଂସା କରିଥବା ଜଣାପଡିଛି ।
ପିପିଲିରୁ ବିଜୟ କୁମାର ମହାପାତ୍ର
ପିପିଲିରୁ ବିଜୟ କୁମାର ମହାପାତ୍ର