 |
Pipili news |
ପିପିଲି-ପିପିଲି ଦାଣ୍ଡମୁକୁନ୍ଦପୁର ଲୋଟସ ପିୟଲେସ ଠାରେ ମେଗା ସ୍ୱାସ୍ଥ୍ୟ ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର କୁ ଉକ୍ରଳ ଜନସେବା ସମିତି ଓ ମେଡଅଲ ଡାଇଗ୍ରୋଷ୍ଟିକ୍ସ ଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ସମାଜସେବୀ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସଭାପତି ସନ୍ତୋଷ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସମ୍ପାଦକ ବିଭୁ ପ୍ରସାଦ ଦାସ , କୋଷାଧକ୍ଷ ସୁରେଶ କୁମାର ସେଠୀ , ସଭ୍ୟ ଦିବ୍ୟ ରଂଜନ ମଲିକ , ସଂଗ୍ରାମ ଘଡେଇ, ଦେବାଶିଷ ମିଶ୍ର, ବିଜୟ ରତ୍ନ ଜେନା, ସ୍ନେହାଶିଷ ମହାନ୍ତି ରାଜକିଶୋର ପ୍ରଧାନ , ଶିବ ପ୍ରସାଦ ସ୍ୱାଇଁ ପ୍ରମୁଖ ଏହି ମେଗା ସ୍ୱାସ୍ଥ୍ୟ ପରିକ୍ଷା ଶିବିରରେ ପରିଚାଳନାରେ ସହଯୋଗ କରିଥିଲେ । ପ୍ରାୟ ୩୨୦ଜଣ ମହିଳା ପୁରଷ ଲୋକମାନେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର
sakhigopal news
pipili news