Breaking News

ବାଲିଗୁଡ଼ା ବିଧାୟକଙ୍କର ବନ୍ୟାଞ୍ଚଳ ପରିଦର୍ଶନ


M PANDA
KANDHA MALA
  କନ୍ଧମାଳ-------  ଲଘୁଚାପ ଜନିତ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ଭୟଙ୍କର ବନ୍ୟା ଦେଖାଦେଇଛି । ବାଲିଗୁଡା ବିଧାୟକ ଚକ୍ରମଣି କହଁର ବନ୍ୟାଞ୍ଚଳ ପ୍ରରିଦର୍ଶନ କରିବା ସହ ବିଭିନ୍ନ ଅଞ୍ଚଳ ଗସ୍ତ କରି  ଲୋକମାନଙ୍କ  ସହ ମିଶିଥିଲେ ।  ବାଲିଗୁଡା ନିର୍ବାଚନ ମଣ୍ଡଳୀର ତୁମୁଡିବନ୍ଧ ବ୍ଳକର ବିଲମାଳ ଏବଂ  ଲଣ୍ଡାଗାଁର ବିଭିନ୍ନ ଗାଁରେ ବନ୍ୟାରେ  ଚାଷ ଜମିରେ ବାଲିଚର  ଜମିଛି ଯାହା ଫଳରେ ବ୍ୟାପକ ଫସଲ  କ୍ଷୟକ୍ଷତି  ହୋଇଛି ।  ବନ୍ୟାରେ ଝାଟିମାଟି ଘର ମାଟିରେ ମିଶିଯାଇଛି । କିନ୍ତୁ ଅଦ୍ୟାବଧି ରାଜସ୍ବ ବିଭାଗର ତହସିଲଦାର ଆର ଆଇ ଆସିନଥିବା ଗ୍ରାମ ବାସି ମାନେ  ଅଭିଯୋଗ କରିଛନ୍ତି  । ଗ୍ରାମବାସୀ କୌଣସି ସରକାରୀ କର୍ମଚାରୀ ଓ ରାଜସ୍ୱ ବିଭାଗ ଏବଂ ବ୍ଳକ ପ୍ରଶାସନ ପକ୍ଷରୁ କୌଣସି ସରକାରୀ ସାହାଯ୍ୟ ମିଳିନଥିବା ବିଧାୟକଙ୍କ ଆଗରେ ଲୋକମାନେ ଅଭିଯୋଗ କରିଥିଲେ ।  ଏହା ଜାଣି ବିଧାୟକ ଉଦ୍ ବେଗ ପ୍ରକାଶ କରିଛନ୍ତି ।  ଏନେଇ ଆମ   ପ୍ରତିନିଧିଙ୍କୁ ବାଲିଗୁଡା ବିଧାୟକ ଚକ୍ରମଣି କହଁର କହିଛନ୍ତି ଯେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ପରେ ଖୁବ୍ ଶିଘ୍ର ବନ୍ୟାପ୍ରପୀଡିତଙ୍କୁ ସରକାରୀ ସାହାଯ୍ୟ ଯୋଗାଇବାରେ ବ୍ୟବସ୍ଥା କରାଯିବ। 
କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts