ବାଲିଗୁଡା ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
![]() |
KANDHAMALA NEWS |
ଜୀବିକା ସୁରକ୍ଷା ମଞ୍ଚ ତରଫରୁ ବାଲିଗୁଡା ବ୍ଲକ ଅଧୀନରେ ଥିବା ସମସ୍ତ ଗ୍ରାମପଞ୍ଚାୟତର ବୃଦ୍ଧା ବୃଦ୍ଧିଙ୍କ ସାମାଜିକ ସୁରକ୍ଷା ଯୋଜନାରେ ହିତାଧିକାରୀ ମାନଙ୍କୁ ମାସିକଭତ୍ତା ସର୍ବନିମ୍ନ ପାଞ୍ଚଶହ ଟଙ୍କା ଜାଗାରେ ୩ ହଜାର ଟଙ୍କା ଦେବାପାଇଁ ଦାବି କରାଯାଇଛି
। ଆଜିର ଦିନରେ ଯେଉଁ ଭଳି ଭାବରେ ବଜାରରେ ଦରଦାମ ବୃଦ୍ଧି ହେଉଛି ତାହା ଚଳିବାରେ ବହୁତ କଷ୍ଟ ହୋଇପଡିଛି । ସମାଜରେ ବଞ୍ଚିବାର ଅଧିକାର ସମ୍ବିଧାନ ୨୧ ଧାରାକୁ ଉଲଘଂନ କରାଯାଉଛି ବୋଲି କହିଛନ୍ତି । ସମସ୍ତ ଗ୍ରାମ ପଞ୍ଚାୟତରୁ ଆସିଥିବା ବୃଦ୍ଧ ବୃଦ୍ଧି ଏକତ୍ରିତ ହୋଇ ବାଲିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବରଙ୍କ ଜିରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବିପତ୍ର ମାଧ୍ୟମରେ ଜଣାଇଛନ୍ତି ।
କନ୍ଧମାଳରୁ ସୁରେଶ କୁମାର ପଣ୍ଡା