Breaking News

ଅତାବିରା ଆହର କେନ୍ଦ୍ର ପାଖରେ ମଦର ହାଟ


 N DAS
ATABIRA NEWS
 ବରଗଡ଼------  ବିଧାୟିକା ଓ ଜିଲ୍ଲାପାଳଙ୍କ ଉଦଘାଟନ ପରେ ବି ସମ୍ପୂର୍ଣ୍ଣ ହେଇପାରୁନି ଆହାର କେନ୍ଦ୍ର । ବରଗଡ଼ ଜିଲ୍ଲା ଅତାବିରା ଏନଏସିରେ ନିର୍ବାଚନ କୁ ଆଖି ଆଗରେ ରଖି ଅତି ତରବରିଆ ଭାବେ  ଗୋଟେ ପଟେ କାନ୍ଥ ପ୍ଲାଷ୍ଟର ଚାଲିଥିବାବେଳେ ଅନ୍ୟ ପାଶ୍ୱର୍ରେ  କଲର ପେଣ୍ଟ କାମ ଚାଲିଥିଲା। ସିମେଣ୍ଟ କାନ୍ଥରେ ପାଣି ଦେବାକୁ ସମୟ ନଥିଲା । ଆହାର କେନ୍ଦ୍ରଟି ଆଗରୁ ସରକାରୀ ଡାକ୍ତରଖାନାରେ ଚାଲୁଥିଲା।  ପରେ କେନ୍ଦ୍ର ପାଇଁ ସ୍ୱତନ୍ତ୍ର ସ୍ଥାନ ହେଇ ମିଳ୍କ ସୋସାଇଟି ସାମ୍ନା ତଥା ଭେଟେନାରୀ ଅଫିସକୁ ଗଲାବେଳେ ଡାହାଣ ପଟରେ ଖୋଲା ଗଲା। ଯାହାକୁ କି ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ତଥା ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ ଆସି ଉଦଘାଟନ କରିଥିଲେ। ହେଲେ ଆହାର କେନ୍ଦ୍ରକୁ ଯିବାକୁ ଭଲ ରାସ୍ତାଟିଏ  ନାହିଁ। ଚାରିଆଡେ ପାଚେରୀ ନାହିଁ ।  ପାଚେରୀ କରିବାକୁ ଦୀର୍ଘ ୪ରୁ୫ମାସ ଲାଗିଲାନି। ଆହାର କେନ୍ଦ୍ରର ସାମ୍ନା ପୁରୁଣା ପାଚେରୀକୁ ନ ଭାଙ୍ଗି ସେଇଥିରେ କାମ ଚଳେଇ ଦିଆ ଯାଉଥିବାର ଲୋକେ କହନ୍ତି । ତେବେ କାହା ସ୍ୱାର୍ଥରେ ସେହି ପୁରୁଣା ପାଚେରୀ  ଭଙ୍ଗାଯାଉ ନାହିଁ ଓ କାହା ଛତ୍ର ଛାୟା ତଳେ ସେଇଠି ଦେଶିବିଦେଶୀ ମଦ ବିକ୍ରି ହେଉଛି ତାହା ଏବେ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚି ସୃଷ୍ଟି କରୁଛି।ଯାହାକି କଂଗ୍ରେସର ଅତାବିରାର ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟୁଇଟ କରି ଆହାର କେନ୍ଦ୍ର ପାଇଁ ଧନ୍ୟବାଦ ଜଣାଇବା ସହ ସାମ୍ନାରେ ଥିବା ବେନିୟମ ମଦ ଦୋକାନ ଗୁଡିକ କେମିତି ହଟା ଯାଉନାହିଁ କି ପୁରୁଣା ପାଚେରୀକୁ କାହିଁକି ଭାଙ୍ଗି ରାସ୍ତା କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି। ତେବେ ଏନେଇ ତୁରନ୍ତ ପଦକ୍ଷେପ ନେଇ ତୁରନ୍ତ ମଦ ଦୋକାନ ଗୁଡ଼ିକୁ ହଟାଇବା ପାଇଁ ଦାବି କରାଯାଇଛି । ମଦୁଆ ମାନଙ୍କ ପାଇଁ ମଦ ସହିତ ପାଞ୍ଚ ଟଙ୍କାରେ ଆସର ଯୋଗାଇ ଦେଇଛନ୍ତି ବୋଲି ବୁଦ୍ଧିଜୀବୀମାନେ କହନ୍ତି।
ବରଗଡ଼ରୁ ଜିଲ୍ଲା ପ୍ରତିନିଧି ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts