ଦଶଲକ୍ଷ ଫଳଗଛ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ଉଦଘାଟନ କଲେ -ବାଚସ୍ପତି ଶ୍ରୀ ପାତ୍ର
ପିପିଲି-----ପିପିଲି ବ୍ଲକର ଦୃର୍ଗାଦାସପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା କଲ୍ୟାଣ ମଣ୍ଡପଠାରେ ଦଶଲକ୍ଷ ଫଳଗଛ ଚାରା ରୋପଣ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମକୁ ଓଡିଶାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ବିଧାୟକ ପ୍ରଦୀପ ମହାରଥୀ କାଜି ପାଟଣା ଉପା ବିଦ୍ୟାଳୟ ଠାରେ ଫଳ ଚାରା ରୋପଣ କରି ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ । ଏହି ଅବସରରେ ଓଟିପି ଓ ସ୍ପର୍ଶ ଫାଉଣ୍ଡେସନ ପକ୍ଷରୁ ଏକ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଓଡିଶା ର ବାଚସ୍ପତି ଶ୍ରୀ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ପିପିଲି-ଡେଲାଙ୍ଗ ବିଧାୟକ ପ୍ରଦୀପ ମହାରଥୀ ଯୋଗ ଦେଇ ଗଛ ଲଗାଇବା ଆମ ପାଇଁ ମୁଖ୍ୟ କାମ ହୋଇଛି । ବାତ୍ୟାରେ ବହୁ ପୁରାତନ ବୃକ୍ଷରାଜ ଟଳିପଡିଛନ୍ତି । ଯାହାକି ସେହିପରି ବୃକ୍ଷ କରିବା ଆଉ ସମ୍ବବପର ନୁହେଁ ବୋଲି ଅତିଥି ମାନେ କହିଥିଲେ । ସିଏସ୍ଆର ମୁଖ୍ୟ ପରିଚାଳକ ଜେକେ ପେପର ପ୍ରଫୁଲ୍ଲ କୁମାର ଧଳ ସଭା ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଓଟିପି-ଔନ ଟ୍ରିଜ୍ ପ୍ଲାଣ୍ଟେଡ୍ ସଂସ୍ଥା ୧୦ଲକ୍ଷ ଫଳ ଗଛ ଲଗାଇବା ଯୋଜନା ହାତକୁ ନେଇଛି । ବିଧାୟକ ଶ୍ରୀ ମହାରଥୀଙ୍କ ପକ୍ଷରୁ ସମସ୍ତ ସହେଯାଗ ରହିବ ବୋଲି ସେ କହିଥିଲେ । ଏସ.ଜି.ଆଇ ସଂସ୍ଥାପକ ଶ୍ରୀମାନ ରାଜ ମୋହନ ଏବଂ ସି ଆଇ.ଆଇ ଅଧକ୍ଷ ଓଡିଶା ପି କେ ମହାନ୍ତି ଓ ଏସ୍ ଏନ୍୍ ମହାନ୍ତି ପ୍ରଫେସର ପି ଏସ୍ ସୁବାରାଓ ବିଶ୍ୱ ବିଦ୍ୟାଳୟ ଓଡିଶା ପରିବେଶ ସମିତି ସଭାପତି ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କରାଯିବା ଦ୍ୱାରା ପରିବେଶ ର ସୁରକ୍ଷା ରହିବ ବୋଲି ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଡିଓ ପିପିଲି ଆଦିକନ୍ଦ ବେହେରା ଆତ୍ମା ଅଧକ୍ଷ ଧରଣୀଧର ସାହୁ ଜିଲ୍ଲାପରିଷଦ ଗିତାଞଳି ଦାଶ ସଦାଶିବ ଦାଶ ଯୁବନେତା ନାରାୟଣ ସ୍ୱାଇଁ ସ୍ଥାନୀୟ ସରପଞ୍ଚ ବାସନ୍ତି ବେହେରା ସମିତିସଭ୍ୟା ସୁଚିତ୍ରା ଚଉଁରି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ୧୦ଜଣ ଯୁବ ସେଛାସେବି.ସାମ୍ବାଦିକ,ମହିଳା ମହାସଂଘ,ଆଶା, ସମାଜସେବୀ ସଂଗଠନ ଓ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ପ୍ରମାଣ ପତ୍ର ସହ ଉତ୍ତରିୟ ଓ ଫଳଚାରା ଦିଆଯାଇ ସମ୍ମାନିତ କରାଯାଇଥିଲା । ବିଜୁ ଯୁବ ବାହିନି ସଭାପତି ଦୃର୍ଗାଦସପୁର ବିଶ୍ୱଜିତ ଦାଶ ଙ୍କ ତତ୍ୱାବଧାନରେ କାର୍ଯକ୍ରମ ପରିଚାଳନା କରାଯାଇଥିଲା । । ଫ୍ରିଡମ ସମ୍ପାଦକ ରାଜ କିଶୋର ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ପିପିଲିରୁ ବିଜୟ କୁମାର ପାତ୍ର