Breaking News

ବାତ୍ୟା ପରେ ବିଦ୍ୟାଳୟର ଛାତ୍ର ମାନଙ୍କ ପାଇଁ ଶୌଚାଳୟ ନାହିଁ , ଗଛ ମୂଳ ଏବେ ପରିଶ୍ରାଗାର


ସାକ୍ଷୀଗୋପାଳ- ---- ଶିକ୍ଷାର ଉନ୍ନତି ଓ ସ୍ୱଚ୍ଛ ଭାରତ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ଏହା କିପିରି ଚାଲୁଛି ତାହା ଦେଖିବା ପାଇଁ କେହି ନାହାନ୍ତି । ସତ୍ୟବାଦୀ ହାଇସ୍କୁଲରେ ଏବେ ଶୌଚାଳୟ ନାହିଁ । ଛାତ୍ର ମାନଙ୍କର ଏବେ ଗଛ ମୂଳ ପରିଶ୍ରାଗାର ସ୍ଥାନ ପାଲଟିଛି । ଗୋଟିଏ ଶୌଚାଳୟକୁ ୫ଶହ ଛାତ୍ର ଛାତ୍ରୀ । ବିଦ୍ୟାଳୟ ପକ୍ଷରୁ ବିଭାଗୀୟ ଜେଇ ଓ ଅଧିକାରୀ ମାନଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଥିଲେ ମଧ୍ୟ ଶୌଚାଳୟ ଓ ପାଣି ଟ୍ୟାପ ପାଇଁ ଅର୍ଥ ନାହିଁ ବୋଲି ଜେଇ କହନ୍ତି ବୋଲି ଅଭିଭାବକ ମାନେ କହିଛନ୍ତି । ପୁରୀ ଜିଲ୍ଲାର ସର୍ବପୁରାତନ ହାଇସ୍କୁଲ ସତ୍ୟବାଦୀ ହାଇସ୍କୁଲ । ପଣ୍ଡିତ ଗୋପବନ୍ଧୁ ଦାସ ଏହି ବିଦ୍ୟାଳୟ ପ୍ରତିଷ୍ଠା କରିବା ସହ ବନ ବିଦ୍ୟାଳୟ କରିଥିଲେ । ଯାହାକି ଆଜି ଓଡିଆ ବିଶ୍ୱ ବିଦ୍ୟାଳୟ ହେବାକୁ ବସିଛି । ଆଜି ସେହି ବିଦ୍ୟାଳୟରେ ଛାତ୍ର ମାନଙ୍କ ପାଇଁ ସାଧାରଣ ଶୌଚାଳୟ ନାହିଁ । ଏହାଠାରୁ ଲଜ୍ଜାକର କଥା କିଛି ନାହିଁ । ଏପରିକି ବାତ୍ୟାରେ ବିଦ୍ୟାଳୟର ପାଚେରୀ ଭାଙ୍ଗି ପଡିବା ପରେ ଚାରିଆଡେ ଖୋଲା ହେବାରୁ ରାତିରେ ନିଶାଖୋର ଯୁବକ ମାନେ ବିଦ୍ୟାଳୟ ପରିସରରେ ନିଶା ସେବନ କରିବା ସହ ପାଣି ଟ୍ୟାପ, ଲୁହା ଆଙ୍ଗେଲ ଓ ବିଭିନ୍ନ ଜିନିଷ ଚୋରୀ କରୁଥିବା ଜଣାପଡିଛି । ସତ୍ୟବାଦୀ ବ୍ଳକରେ ଏ ବର୍ଷ ପ୍ରଥମ କରି ଓଡିଶା ଆଦର୍ଶ ବିଦ୍ୟାଳୟରେ ୬ଷ୍ଠ ଶ୍ରେଶୀ ଖୋଲାଯାଇଛି । ଏଥିରେ ପ୍ରାୟ ୮୦ ଜଣ ଛାତ୍ର ଛାତ୍ରୀ ନାମ ଲେଖାଇଛନ୍ତି । ଆଦର୍ଶ ବିଦ୍ୟାଳୟ କାମ ସରିନଥିବାରୁ ସତ୍ୟବାଦୀ ହାଇସ୍କୁଲ ପରିସରରେ ଶିକ୍ଷାଦାନ ଦିଆଯାଉଛି । ମାତ୍ର ସେମାନଙ୍କ ପାଇଁ ଶୌଚାଳୟ ନାହିଁ । ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପାଇଁ ଥିବା ଶୌଚାଳୟ ଏବେ ୫ଶହରୁ ଅଧିକ ଛାତ୍ର ଛାତ୍ରୀ ବ୍ୟବହାର କରୁଛନ୍ତି । ଧାଡି ବାନ୍ଧି ପିଲାମାନେ ଜଣକ ପରେ ଜଣେ ଶୌଚାଳୟକୁ ଯାଉଛନ୍ତି । ଅନ୍ୟ ପକ୍ଷେ ବିଦ୍ୟାଳୟ ପକ୍ଷରୁ ଶୌଚାଳୟ ଓ ପିଲାଙ୍କ ପାଇଁ ପାଣିର ଟ୍ୟାପ କାମ କରାଯାଉଛି । ବହୁ ଶିଘ୍ର ଏହା ଶେଷ ହେବ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ୍ ପ୍ରଧାନ କହନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts