Breaking News

ସତ୍ୟବାଦୀ ବ୍ଳକରେ ଫାନି ବାତ୍ୟା ଧରାଇଲା ଭୂତ ରାଶନ କାର୍ଡଧାରୀଙ୍କୁ


ସାକ୍ଷୀଗୋପାଳ--- ବାତ୍ୟା ଯିବାର ତିନି ମାସ ହୋଇଯାଇଥିଲେ ମଧ୍ୟ ଭୂତ ରାଶନ କାର୍ଡ ଧାରୀଙ୍କ ବିରୁଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ଅଭିଯୋଗ ହୋଇଛି । ସୁଚନାଯୋଗ୍ୟ ଯେ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ସବୁ କ୍ଷେତ୍ରରେ ଆଗରେ । ଏଠାରେ ନିୟମ ଦଳୀୟ ଅନୁଯାୟୀ କାମ କରୁଛି । ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ୨୦ ଜଣ ମୃତ୍ୟୁ ବ୍ୟକ୍ତିଙ୍କ ନାମରେ ୩ହଜାର ଟଙ୍କା ଓ ୫୦ କିଲୋ ଚାଉଳ ବାତ୍ୟା ସମୟରେ ରାଜ୍ୟ ସରକାର ପ୍ରଦାନ କରିଥିଲେ । ସମସ୍ତେ ଟଙ୍କା ପଞ୍ଚାୟତ କାର୍ଯ୍ୟାଳୟରୁ ପଞ୍ଚାୟତ ଅଧିକାରୀଙ୍କ ଠାରୁ ଆଣିଥିଲେ । ମାତ୍ର ୨୦ ଜଣ ବ୍ୟକ୍ତି ଟଙ୍କା ନ ନେବାରୁ ପଞ୍ଚାୟତ ଅଧିକାରୀ ଏହାକୁ ତଦନ୍ତ କରିବା ପାଇଁ ପିଅନକୁ ଦେଇଥିଲେ । ଯାହା ଫଳରେକି କଥା ଆଉ ଲୁଚିନଥିଲା । ଉକ୍ତ ଡିଲର ସେମାନଙ୍କ ରାଶନ କାର୍ଡ ରଖି ଖାଉଟି ସାମଗ୍ରୀ ଲୁଟ କରି ଚାଲିଥିଲା । ଏବେ ତାହା ଧରାପଡିଯାଇଛି । ଏ ସମ୍ପର୍କରେ ଉକ୍ତ ଗ୍ରାମ ପଞ୍ଚାୟତର ସମିତିସଭ୍ୟ କୃର୍ଷ୍ଣ ପ୍ରସାଦ ତ୍ରିପାଠୀ ୨୦/୭/୧୯ ରିଖରେ ପୁରୀ ଉପଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ, ସତ୍ୟବାଦୀ ବ୍ଳକ ବିଡିଓଙ୍କୁ ଲିଖିତ ଜଣାଇଥିବାର ଜଣାପଡିଛି । ମାତ୍ର ଏହି ମରିଯାଇଥବା ବ୍ୟକ୍ତି ବିଶେଷଙ୍କର ରାଶନ ସାମଗ୍ରୀ ଖାଉଥିବା ଡିଲର ଓ ବ୍ଳକ ଯୋଗାଣ ଅଧିକାରୀଙ୍କ ମଧୁଚନ୍ଦିକା ଏବେ ପଦାରେ ପଡିଛି । ଦେଖାଯାଉ ଭୂତ ରାଶନ କାର୍ଡରେ ଉଠିଥିବା ରାଶନ ସାମଗ୍ରୀ ଡିଲରଙ୍କୁ କେବେ ଜବତ କରାଯାଉଛି ଓ ତାଙ୍କ ବିରୁଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀ ତ୍ରିପାଠୀ ଦାବି କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts