Breaking News

ବାତ୍ୟା ଯିବାର ତିନି ମାସ ପରେ ବି ; ସମବାୟ ସମିତି ଗୃହ ମରାମତି ନ ହେବାରୁ ଚାଷୀ ଆନ୍ଦୋଳନ ପାଇଁ ସଜବାଜ


ସାକ୍ଷୀଗୋପାଳ  -----  ସାବୁଦ୍ରିକ ବାତ୍ୟା ଫାନି ଯିବାର ତିନି ମାସ ପରେ ବି  ପୁରୀ ନିମାପଡା ସତ୍ୟବାଦୀ ଶାଖାର ବଳରାମପୁର ଗଡ ସେବା ସମବାୟ ସମିତିର ଗୃହ ମରାମତି ହେଲା ନାହିଁ  । ଯାହାଦ୍ୱାରାକି ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇ ଆନ୍ଦୋଳନ  କରିବା ପାଇଁ ସଜବାଜ ହୋଉଥିବା ଜଣାପଡିଛି । ୧୯୬୫ ମସିହାରେ ବଳରାମପୁର ଗଡ ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ଏହି ସମବାୟ ସମିତି ଘର ନିର୍ମାଣ କରାଯାଇଥିଲା  । ଏହି ସମବାୟ ସମିତି ଉପରେ ବଳରାମପୁର ଗଡ ଓ ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ଚାଷୀ ମାନେ ନିର୍ଭର କରିଥାନ୍ତି   ।  ସମିତି ପକ୍ଷରୁ ଉକ୍ତ ଦୁଇ ପଞ୍ଚାୟତରେ ପ୍ରାୟ ୧୭୪୦ ଜଣ ଚାଷୀ ସଦସ୍ୟ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ଶହ ଚାଷୀଙ୍କୁ  ୧ କୋଟି ୭୦ ଲକ୍ଷ ଟଙ୍କା କୃଷି ଋୁଣ ପ୍ରଦାନ କରାଯାଇଛି  ।  ସେହିପରି କୃଷି ଯନ୍ତ୍ରପାତି କିଣିବା ପାଇଁ ୧୯ ଲକ୍ଷ ଟଙ୍କା ଋୁଣ ପ୍ରଦାନ କରାଯାଇଛି ବୋଲି ସମବାୟ ସମିତିର ସଭାପତି ସୁବାଷ ଚନ୍ଦ୍ର ଜେନା କହନ୍ତି । ସୁଚନାଯୋଗ୍ୟ ଯେ ସମବାୟ ସମିତିର ଗୋଦାମ ଘରର ଟିଣ ବାତ୍ୟାରେ ଉଡିଯାଇଛି  । ଧାନ ଓଜନ ମେସିନ, ଟେବୁଲ, ଚେୟାର , ଆଲମାରୀ ଓ ଚାଷୀ ମାନଙ୍କର କାଗଜ ପତ୍ର ଗୋଦାମ ଘରେ ଖୋଲା ଆକାଶ ତଳେ ଖରା ବର୍ଷାରେ ନଷ୍ଟ ହୋଇଗଲାଣି  । ଯାହା ଫଳରେକି ବୁଢ଼ାକେରା, ମାଳସାହି, ମାଧିପୁର, ବହ୍ମପେଡି, କଅଁଳପଡା, ଖଡିକୁଦା, ଗୁଆଳି ଗୋରଡା, ସୁଆଣ୍ଡୋ, ବିଦ୍ୟାଧରପୁର, ପାଟଣା ସାହି, ମାଳିସାହି, ବୈଷ୍ଣବ୍ୟସାହି  ଆଦି ଗ୍ରାମର ଚାଷୀ ମାନଙ୍କର କାଗଜ ପତ୍ର ନଷ୍ଟ ହେବା ଫଳରେ ବିଭିନ୍ନ ସମସ୍ୟା ସୃଷ୍ଟି ହେବାକୁ ଯାଉଛି ବୋଲି ଚାଷୀ ମାନେ କହନ୍ତି । ରାଜ୍ୟ ସରକାର କୃଷି ଓ ସମବାୟ ସଂସ୍ଥାକୁ ଗୁରୁତ୍ୱ ଦେଇ ଅନେକ ଯୋଜନା ପ୍ରଣୟନ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଆଜି ବଳରାମପୁରଗଡ ସମବାୟ ସମିତି ବନ୍ଦ ହେବାକୁ ବସିଛି ବୋଲି ଚାଷୀ ମାନେ କହନ୍ତି । ଏ ସମ୍ପର୍କରେ ବ୍ଳକ ସମବାୟ ସମ୍ପସାରଣ ଅଧିକାରୀ  କମଳ କୁମାର ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ କହନ୍ତି ସମିତିର ଗୃହ ଭାଙ୍ଗିବା ସମ୍ପର୍କରେ ଅବଗତ ଅଛି  ।  ଏ ସମ୍ପର୍କରେ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି  । ମାତ୍ର ଟଙ୍କା ଏ ଆର ଅର୍ଥ ମଞ୍ଜୁର କରିବାର କ୍ଷମତା ପରିସର ବାହାରେ ବୋଲି କହିଥିଲେ  । ସେ ପୁଣି କହନ୍ତି ଉକ୍ତ ସମବାୟ ସମିତି ନିକଟରେ ଧାନ ବିକ୍ରୟ କମିଶନ ଅର୍ଥ ଅଛି  । ସେମାନେ ଚାହିଁଲେ ଖର୍ଚ୍ଚ କରି ପାରିବେ । ଅନ୍ୟପକ୍ଷେ ସମବାୟ ସମିତିର ଅଧ୍ୟକ୍ଷ ଶ୍ରୀ ଜେନା କହନ୍ତି  ସିଇଓ ଶ୍ରୀ ଆଚାର୍ଯ୍ୟ ଜାଣି ଜାଣି ନାହାନ୍ତି ବୋଧେ ସମିତି ୫୦ ହଜାର ଟଙ୍କା ଖର୍ଚ୍ଚ କରିବାର କ୍ଷମତା ରହିଛି । ତା ଠାରୁ ୍ରଧିକ ଖର୍ଚ୍ଚ କରିବାକୁ ହେଲେ ରେଜିଷ୍ଟରଙ୍କ ଠାରୁ ଅନୁମତି ଆଣିବାକୁ ପଡିବ । ବାତ୍ୟାରେ ନଷ୍ଟ ହୋଇଥବା ଗୋଦାମ ଘର ପୁନଃଉଦ୍ଦାର କରିବା ପାଇଁ ୪ ଲକ୍ଷ ୫୦ ହଜାର ଟଙ୍କା ଆବଶ୍ୟକତା ରହିଛି ବୋଲି ଏଷ୍ଟିମେଣ୍ଟ କରାଯାଇ ଏମ ଆର ସି ଏସଙ୍କୁ ଏହି ଅର୍ଥ ମଞ୍ଜୁର କରିବା ପାଇଁ ପତ୍ର ମାଧ୍ୟମରେ ନିବେଦନ କରାଯାଇଛି । ବାତ୍ୟା ଆଗରୁ ଗୋଦାମ ଗୃହ ସମ୍ମୁଖରେ ୫୦ହଜାର ଟଙ୍କା ଖର୍ଚ୍ଚ କରାଯାଇ ମାଟି ପୋତା ଯାଇଛି ବୋଲି ଶ୍ରୀ ଜେନା କହନ୍ତି । ସତ୍ୟବାଦୀ  ବ୍ଳକର ଅଗ୍ରଣୀ ସମବାୟ ସମିତିର ବାତ୍ୟାରେ ଭାଙ୍ଗି ଯାଇଥିବା ଗୋଦାମ ଗୃହ ମରାମତି ପାଇଁ ଜିଲ୍ଲାପାଳ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଚାଷୀ ମାନେ ଦାବି କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


Blog Archive

Popular Posts