Breaking News

ଜନ୍ମ ମାଟିରେ ପଣ୍ଡିତ ନୀଳକଣ୍ଠଙ୍କ ଜୟନ୍ତୀ ପାଳନ


ସାକ୍ଷୀଗୋପାଳ ----- ଓଡିଶା ସାହିତ୍ୟ ଏକାଡେମୀ ଓ ଆଚାର୍ଯ୍ୟ ଯୁବ ପରିଷଦଙ୍କ ମିଳତ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ନିଳକଣ୍ଠଙ୍କ ଜୟନ୍ତୀ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ ସୋମବାର ସଂଧ୍ୟାରେ ପାଳିତ ହୋଇଯାଇଛି । ଏହି ଅବସରରେ ଗ୍ରାମରେ ଥିବା ପ୍ରତିମୂର୍ତ୍ତିିରେ ଅତିଥି ମାନେ ମାଲ୍ୟର୍ପଣ କରିଥିଲେ । ଅନୁଷ୍ଠିତ ସାରସ୍ୱତ ସଭାରେ ସାହିତ୍ୟ ଏକାଡେମୀର ସଚ୍ଚିବ ଜୟନ୍ତୀ ରଥ, ଅଧ୍ୟାପିକା ଡ. ଶ୍ରୁତି ଦାସ , ସମ୍ମାନୀୟ ଅତିଥି ଓ ସାହିତ୍ୟକ ଦିବାକର ମାନସିଂ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସାହିତ ଏକାଡେମୀର ପୂର୍ବତନ ସଚ୍ଚିବ ଚନ୍ଦ୍ର ଶେଖର ଦାସବର୍ମା ପୌରହିତ୍ୟ କରିବାର ରହିଛି । ଦେଶ ସେବାର ସ୍ୱୀକୃତି ସୁରୂପ ୧୯୬୦ ମସିହାରେ ତାଙ୍କୁ ପଦ୍ମଭୂଷଣ ଉପାଧି ମିଳିଥିଲା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ତାଙ୍କୁ ଡକ୍ଟରଟେ ଉପାଧିରେ ଭୂଷିତ କରିଥିଲା । ଗୋପବନ୍ଧୁଙ୍କ ସହିତ ମିଳନ ପରେ ସେ ନିଜକୁ ଦେଶପ୍ରେମରେ ପଡି ଯାଇଥିଲେ । ଓଡିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ସେ ବେଶ ପରିଚିତ ଥିଲେ । ସତ୍ୟବାଦୀ ବାଣୀମଞ୍ଚର ମନସ୍ୱୀ ସ୍ରଷ୍ଟା ପଣ୍ଡିତ ନୀଳକଣ୍ଠ ବହୁ ଶାସ୍ତ୍ର ଦର୍ଶିତା , ଅଖଣ୍ଡ ଦେଶ ପ୍ରେମ ଓ ଆମସଂସ୍କୃତିର ପ୍ରଚାର ତାଙ୍କ ସାହିତ୍ୟ ସୃଷ୍ଟିର ପ୍ରାଣ ବିଭିବ । ଏକା ଧାରାରେ ଜଣେ ପ୍ରଭାବ ଶାଳୀ କବି , ସମାଲୋଚକ, ପ୍ରାବନ୍ଧିକ ଓ ମନୋଜ ଶିଶୁ ସାହିତ୍ୟକ ଭାବେ ବେଶ ପରିଚିତ ଥିଲେ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts