Breaking News

ରାତିରେ ମନ୍ତ୍ରୀ ସମୀକ୍ଷା ବୈଠକ କଲେ

   ନୟାଗଡ଼। -----   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ଗୁରୁମନ୍ତ୍ର ଙ୍କୁ ପାଥେୟ କରିବା ସହ  ନିଜେ କିଛି ଅନ୍ୟ ମାନଙ୍କ ଠାରୁ ଅଲଗା କରି ଏବେ ଚର୍ଚ୍ଚାରେ ରହିଛନ୍ତି ମନ୍ତ୍ରୀ ଅରୁଣ କୁମାର ସାହୁ । ଏପରିକି ବସଷ୍ଟାଣ୍ଡ, ଛକ ଓ ରାସ୍ତା କଡ଼ରେ ଜନଶୁଣାଣୀ ଶିବିର କରି ଚର୍ଚ୍ଚାରେ ରହିଛନ୍ତି ମନ୍ତ୍ରୀ ଶ୍ରୀ ସାହୁ ।  ଓଡ଼ଗାଁ ବ୍ଲକରେ  ରାତି ୮ଟାରେ ମନ୍ତ୍ରୀ   ଶ୍ରୀ ସାହୁ ସମୀକ୍ଷା ବୈଠକ କରି ନୟାଗଡ଼ ଜିଲ୍ଲା ଇତିହାସ ପୁଷ୍ଠାରେ ଏକ ନୂତନ ଫର୍ଦ୍ଦ ଯୋଡ଼ିଛନ୍ତି ।   ମନ୍ତ୍ରୀ ଶ୍ରୀ ସାହୁ ଏହି ବୈଠକରେ ଯୋଗ ଦେଇ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତଥା ଓଡ଼ଗାଁ ବ୍ଲକ ଅଧୀନରେ ଥିବା ଅଂଚଳ ଗୁଡିକର ବିଭିନ୍ନ ସମସ୍ୟା  ଜନସାଧାରଣଙ୍କ ଠାରୁ ଶୁଣିଥିଲେ । ସମସ୍ୟାର ସମାଧାନ ବିଷୟରେ ଅଧିକାରୀଙ୍କ ସ଼ହ ଆଲୋଚନା କରି ତୁରନ୍ତ ସମାଧାନ କରାଯିବ ବୋଲି ଲୋକମାନଙ୍କୁ କହିଥିଲେ । ପ୍ରତ୍ୟେକ ଅଞ୍ଚଳର ଆସିଥିବା ଜନପ୍ରତିନିଧି ଓ ସାଧାରଣ ଲୋକମାନେ ସେମାନଙ୍କର ସମସ୍ୟା ଉପସ୍ଥାପନ କରିଥିଲେ। ଲୋକନାଥ ସାହୁ,ବିଭୁ ପ୍ରସାଦ ସାହୁଙ୍କ ସହିତ ଅନ୍ୟ ମାନେ ସମୀକ୍ଷା ବୈଠକ ପରିଚାଳନାରେ   ସହଯୋଗ  କରିଥିଲେ ।

S K DALIE
ଓଡ଼ଗାଁରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts