Breaking News

କଳାପାହଡ ଗ୍ରାମରେ ରାମ ଚରିତ ମାନସ ପାରାୟଣ


< ସାକ୍ଷୀଗୋପାଳ------ ସତ୍ୟବାଦୀ ବ୍ଳକର କଳାପାହଡ ଗ୍ରାମର ଦୟା ପରିଷଦ ପକ୍ଷରୁ ତ୍ରୟୋଦଶ ତମ ରାମ ଚରିତ ମାନସ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ୨୫ ତାରିଖରୁ ଆରମ୍ଭ ହୋଇ ଶନିବାର ଦିନ ବିଳମ୍ବିତ ରାତିରେ ପୂର୍ଣ୍ଣାହୂତି ହୋଇଯାଇଛି । କର୍ତ୍ତା ଭାବରେ ଭଗବାନ ଦାସ ଓ କର୍ତ୍ତୀ ଭାନୁମତି ଦାସ ରହିଥିଲେ । ବ୍ୟାସ ଲକ୍ଷ୍ମୀଧର ଦାଶ , ଆଚାର୍ଯ୍ୟ ପଣ୍ଡିତ ଦିଗନ୍ତ ଦାଶ ଓ ପଣ୍ଡିତ ସମିର କାନ୍ତ ରଥ କାର୍ଯ୍ୟସମାପନ୍ନ କରିଥିଲେ । ଏହି ଦିନ ଗୁଡିକରେ ଗ୍ରାମରେ ସମସ୍ତ ପରିବାରଙ୍କ ଘର ଆଗରେ ପୂର୍ଣ୍ଣକୁମ୍ଭ ଘଟ ସ୍ଥାପନ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରାଯିବା ସହ ଆମିଷ ନିଷେଧ କରାଯାଇଥିଲା । ପ୍ରବଚକ ଭାବେ ସୁରେନ୍ଦ୍ର ମହାପାତ୍ର ଓ ଯାଯପୁରର ମହନ୍ତ ପୁରୁଷୋତମ ମହାରଜା ଯୋଗଦେଇଥିଲେ । ଗ୍ରାମାବସୀ ମାନେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts