Breaking News

ବୃକ୍ଷ ରୋପଣ ସହିତ ପୋଖରୀ ସଫେଇ


ସାକ୍ଷୀଗୋପାଳ- ---- ସତ୍ୟବାଦୀ ବ୍ଳକର ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ପୋଡଙ୍ଗ ନୂଆସାହିରେ ଭାରତ ବିକାଶ ପରିଷଦର ସତ୍ୟବାଦୀ ଶାଖା ପକ୍ଷରୁ ସ୍ୱଚ୍ଛ ସବୁଜ କାର୍ଯ୍ୟକ୍ରମ କରାଯାଇଛି । ଗ୍ରାମର ଉନ୍ନତି ପାଇଁ ପରିଷଦ ପକ୍ଷରୁ ପ୍ରଚେଷ୍ଠା ଆରମ୍ଭ କରାଯାଇଛି । ଗ୍ରାମରେ ଥିବା ପୋଖରୀ ସଫେଇ ସହ ବୃକ୍ଷ ରୋପଣ ଓ ଭାଗବତ ଟୁଙ୍ଗୀ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଗ୍ରାମର ବୟଜ୍ୟେଷ୍ଠ ଭଜମନ ରାଉତ, ଗୁଣ୍ଡିଚା ରାଉତ ଓ ଦିବାକର ରାଉତ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ପରିଷଦ ପକ୍ଷରୁ ଭାଗବତ ବହି ପ୍ରଦାନ କରାଯାଇଛି । ଭାରତ ବିକାଶ ପରିଷଦ ର ସତ୍ୟବାଦୀ ଶାଖାର ସଭାପତି ସତ୍ୟବାଦୀ ଦାଶ ଅଧ୍ୟକ୍ଷତା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଷ୍ଣୁ ମହାରଣା, ନବଘନ ଶତପଥୀ, ବିଜୟ କୁମାର ପଣ୍ଡା, କାଶୀନାଥ, ନିରଞ୍ଜନ , କାହ୍ନା. ମାନସ ଓ ମିଟୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଲୋକମାନଙ୍କୁ ମଶାରୀ ଭାରତ ବିକାଶ ପରିଷଦ ପକ୍ଷରୁ ପ୍ରଦାନ କରାଯାଇଥିଲା । ଶେଷରେ ଦେଶତ୍ମାବୋଓ ସଂଗୀତ ଗାନ କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts