Breaking News

ପିଅନ କରୁଛି ଚିକିତ୍ସା ; ଭଗବାନ ସାହା ଭରଷା


 କନ୍ଧମାଳ-----  କନ୍ଧମାଳ  ଜିଲ୍ଲା କ ନୂଆଗାଁ ବ୍ଳକର ସାରଙ୍ଗଡ ପଞ୍ଚାୟତରେ ଥିବା ପଶୁ ଚିକିତ୍ସାଳୟ ଏବେ ଗାଇ ଗୋରୁ ଙ୍କ ଚରାଭୁଇଁ ପାଲିଟିଛି । ଏଠି ମାସ ତମାମ ଆସୁ ନାହାଁନ୍ତି ଡାକ୍ତର ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ପିଅନ କରୁଛି ଗୋରୁ ଗାଈ ମାନଙ୍କର ଚିକିତ୍ସା ।  ସିଏ ପୁଣି ଆସୁଛନ୍ତି ତାଙ୍କ ମନ ଇଛା କାହାରିଙ୍କୁ ନାହିଁ ଖାତିରି ନାହିଁ ।  ପିଅନ ଙ୍କୁ ଡାକ୍ତର ଙ୍କ କଥା ପଚାରିଲେ ସିଏ କେବେ କେବେ ଆସୁଛନ୍ତି ବୋଲି କହିଥାନ୍ତି । ସେ ତନି ଚାରିଟା ଦାଇତ୍ବରେ ଅଛନ୍ତି।  ଏହି ଚିକିତ୍ସାଳୟ ଉପରେ ସାରଙ୍ଗଡ, ବଣ୍ଡଗୁଡା, ଜିରିଡିକିଆ, ଦଣ୍ଡିକିଆ ଏହି ପଞ୍ଚାୟତର  ପ୍ରାୟ ଦୁଇ ହଜାର ଗାଈ ଗୋରୁ ,ମଇଷି,ପୋଢ ,ଛେଳୀ,ମେଣ୍ଢା ଆଦି ଜିବ ଜନ୍ତୁ ନିର୍ଭର କରିଥାନ୍ତି । ଗାଇ ଗୋରୁ ମାନଙ୍କୁ  ରୋଗ ହେଲେ ଭଗବାନ ହିଁ ଭରସା। ଜନସାଧାରଣଙ୍କ ମତ ଏଠି ତୁରନ୍ତ ଜଣେ  ପଶୁ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଉ ।  ନଚେତ ଚାଷୀ କୁଳ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।-
କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts