ବାଲିଆପାଳ ଥାନା ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ୧୨ ଜଣ ଅଟକ
ବାଲେଶ୍ୱର ----- ବାଲେଶ୍ଵର ଜିଲ୍ଲାର ବାଲିଆପାଳ ଥାନା ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ୧୨ ଜଣଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ଅଟକଙ୍କ ମଧ୍ୟରେ ମହିଳା ରହିଥିବା ଜଣାପଡ଼ିଛି । ସେମାନଙ୍କୁ ବସ୍ତା ପୋଲିସ ଷ୍ଟେସନରେ ରଖି ପଚରାଉଚରା କରାଯାଉଛି । ଲୋକଙ୍କୁ ଅଟକ ରଖାଯାଇଥିବାରୁ ପୁଣି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ସେଥିପାଇଁ ବାଲିଆପାଳରେ ୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଅଧିକାରୀ ମାନେ ନଜର ରଖିଥିବା ଜଣାପଡିଛି ।
ଧୀରେନ୍ଦ୍ର ସେନାପତି