ଦଶୋଟି ଗ୍ରାମରେ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ
ବାଲିଅନ୍ତା/ବାଲିପାଟଣା ---- ବାଲିପାଟଣା ବ୍ଲକ ବନମାଳୀପୁର ର ଦଶୋଟି ଗ୍ରାମରେ ସମୂହ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । କୁଶଭଦ୍ରା ନଦୀର ଦକ୍ଷିଣ ପାର୍ଶ୍ୱ ଗ୍ରାମର ନୁଆସାହି, ଡେ଼ରାସାହି, ସେଖପାଟଣା, ସାରଙ୍ଗଧର ସାହୁ ପାଟଣା, ଗୋଲାମ୍ମହମଦ ପାଟଣା, ଅମୃତମନୋହି ପାଟଣା, (ସାନ, ବଡ ) ପତିତପାବନ ପାଟଣା (ଉତ୍ତର. ଦକ୍ଷିଣ ), ରୟାତ ପାଟଣା ଗ୍ରାମବାସୀମାନେ ମିଳିତ ଭାବେ ଏହି ଉତ୍ସବ ପାଳନ କରିଛନ୍ତି । ଗ୍ରାମର ବୟସ୍କ ବ୍ୟକ୍ତି ଙ୍କ ଠାରୁ ଏକ କଥା ଶୁଣିବାକୁ ମିଳେ ଷାଠିଏ ବର୍ଷ ତଳେ ଅମୃତମନଣହି ପାଟଣା ମଝିସାହି ରେ ହଇଜା ବ୍ୟପିଥିଲା । ହଇଜା ରୁ ମୁକ୍ତି ପାଇଁ ଗ୍ରାମର ମା ବୁଢ଼ୀଥାନ ପତି ଙ୍କ ପାଖରେ ମୁଖିଆ ମାନେ ଗୁହାରି ପଡିଥିଲେ । ମା ଙ୍କ ଆଶୀର୍ବାଦ ରୁ ହଇଜା ଭଲ ହୋଇଗଲା ପରେ ସେହି ମା ଙ୍କ ପୀଠରେ ସେହି ଦିନୁ ଆରମ୍ଭ ହୋଇଥିଲା ଅଷ୍ଟପ୍ରହର ନାମ ସଂକୀର୍ତ୍ତନ । ଏହାପରେ ଆଖପାଖ ଦଶ ଗୋଟି ଗ୍ରାମରେ ଅଷ୍ଟପ୍ରହର ଓ ନାମ ସଂକୀର୍ତ୍ତନ । ଭଗବାନ ଶ୍ରୀ କୃଷ୍ଣ ଙ୍କର "ଶ୍ରୀ କୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟା ନନ୍ଦ "ହରେ କୃଷ୍ଣ ହରେ ରାମ ଶ୍ରୀ ରାଧେ ଗୋବିନ୍ଦ "ନାମ ସଂକୀର୍ତ୍ତନ ଶବ୍ଦ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ଶ୍ରାବଣ ମାସ ର ଚିତାଲାଗି ଅମାବାସ୍ୟା ପୂର୍ବ ଦିନରୁ କଳସ ଯାତ୍ରା ସହ ଅଧିବାସ ହୋଇ ନାମ ସଂକୀର୍ତ୍ତନ ଆରମ୍ଭ ହୋଇଥାଏ । ପ୍ରତ୍ୟେକ ଗ୍ରାମ ୧୦/୧୫ ମେଳ ସଂକୀର୍ତ୍ତନ ଦଳଙ୍କୁ ନିମନ୍ତ୍ରଣ କରାଯାଇଥାଏ । ଏହି ପରମ୍ପରା ଦ୍ୱାରା ଗ୍ରାମରେ ଭାଇ ଚାରା ସୃଷ୍ଟି ହୋଇ ଥାଏ ବୋଲି ଗ୍ରାମର ଲକ୍ଷ୍ମଣ ମଣ୍ଡଳ, ଭାଗିରଥି ପାତ୍ର, ଅଗାଧୁ ସାହୁ, ରାମ ଚନ୍ଦ୍ର ସାହୁ, ପ୍ରେମାନନ୍ଦ ପାତ୍ର କହିଥିଲେ ।
ବାଲିପାଟଣା ଓ ବାଲିଅନ୍ତା ରୁ ନିରଞ୍ଜନ ସେନାପତି