Breaking News

ଲଘୁଚାପ ଜନିତ ବର୍ଷାରେ ବୁଡିଗଲା ଧାନ କିଆରି ; ଚାଷୀ ଏବେ ଚିନ୍ତାରେ


ସାକ୍ଷୀଗୋପାଳ ----   ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକରେ ଲଘୁଚାପ ଜନିତ ବର୍ଷା ଲାଗି ରହିବାରୁ  ଶହ ଶହ େଏକର ଧାନ ଜମି ପାଣି ନିଷ୍କାସନ ନ ହୋଇ ପାରିବାରୁ ବୁଡିକି ରହିଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଯାହାକୁ  ନେଇ ଚାଷୀ ମାନେ ଏବେ ଚିନ୍ତାରେ ପଡିଛନ୍ତି ।  ବର୍ଷା ଜଳ ନିଷ୍କାସନ  ନ ହୋଇପାରିବାରୁ  ବୁଣା ଧାନ ବୁଡିଥିବା ବେଳେ ତଳିଘରା ଓ ଖାଲ ବିଲରେ ରୁଆ ହୋଇଥିବା ଧାନ ବିଲ ଗୁଡିକ ବୁଡି ରହିଛି । ଏପରି ହୋଇଛି ଚାଷୀ ମାନେ କାହା ବିଲ କେଉଁଠି କହିବା କଷ୍ଟକର ହୋଇପଡିଛି । ବର୍ଷା ପାଣିରେ ଧାନ ବିଲ ହଜିଯାଇଛି ବୋଲି ଚାଷୀ ମାନେ କହନ୍ତି । ଅନ୍ୟପକ୍ଷେ ପାଣିରେ ବୁଡିକି ରହିଥିବାରୁ ଧାନତଳି, ବୁଣା ଧାନ ଓ ରୁଆ ଧାନ ଏବେ ପଚି ଯିବାକୁ ବସିଲାଣି  ସୁଚନାଯୋଗ୍ୟ ଯେ ସତ୍ୟବାଦୀ ବ୍ଳକରେ ରନ୍ନଚିରା , ନୁଆଗାଁ ଡ୍ରେନେଜ ସହିତ ଅନ୍ୟ କେତକ ଖଲାସି ନାଳ ଦେଇ ବର୍ଷା ଜଳ ନିଷ୍କାସନ ହୋଇଥାଏ  । ଗୋଟିଏ ପକ୍ଷେ  ଖଲାସିର ମୁହାଣ ଓ କଲକତି ଦଳ ଯୋଗୁ ବର୍ଷା ଜଳ ନିଷ୍କାସନରେ ବ୍ୟାଘତ ସୃଷ୍ଟି ହୋଉଛି ବୋଲି ଚାଷୀ ମାନେ କହନ୍ତି  । ତୁରନ୍ତ ଡ୍ରେନେଜ ବିଭାଗ ପକ୍ଷରୁ ରନ୍ନଚିରା ଖଲାସିରୁ ଭତ୍ତି ହୋଇ ରହିଥିବା ଦଳ ଗୁଡିକ କାଡିବା ପାଇଁ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଦାବୀ ହୋଇଛି  ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts