ସାକ୍ଷୀଗୋପାଳ ବାଞ୍ଚ କେନାଲ ବନ୍ଧ ଏବେ ମରଣଯନ୍ତ୍ା ପାଲଟିଛି
ସାକ୍ଷୀଗୋପାଳ ----- ରାଜ୍ୟ ସରକାର ରାସ୍ତା ଘାଟର ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି କେନାଲ ବନ୍ଧକୁ ରାସ୍ତାର ମାନ୍ୟତା ଦେଇ ସେଥିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସାକ୍ଷୀଗୋପାଳ ବାଞ୍ଚ କେନାଲର ପଶ୍ଚିମପଟ ସାରଙ୍ଗଯୋଡି ଛକ ଠାରୁ ବଳପୁର ଗ୍ରାମ ଶେଷ ଓ ସୁଆଣ୍ଡୋ ସେତୁ ପର୍ଯ୍ୟନ୍ତ ରାସ୍ତା ଏବେ ଜନସାଧାରଣଙ୍କ ପାଇଁ ମରଣଯନ୍ତ୍ରାରେ ପରିଣତ ହୋଇଛି । ଏବେ ପ୍ରତିଦିନ ଉକ୍ତ ରାସ୍ତାରେ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି । ଯାହା ଫଳରେକି ଏହାକୁ ଜନଅସନ୍ତୋଷ ବୃଦ୍ଧି ପାଇଛି । ଏହି ଦୁଇ କିଲୋମିଟର କେନାଲ ରାସ୍ତାଟି ସାକ୍ଷୀଗୋପାଳ ଜଳସମ୍ପଦ ବିଭାଗ ଅଧିନରେ ରହିଛି । ରାସ୍ତାଟି ଏବେ ଖାଲ ଖମା ରେ ପରିପୂର୍ଣ୍ଣ ହୋଇଯାଇଛି । ଏହି ରାସ୍ତା ଉପରେ ପ୍ରତିଦିିନ ଶହ ଶହ ଗାଡି ମଟର ସ୍ଳୁଲ , କଲେଜ ଛାତ୍ର ଛାତ୍ରୀ, ସରକାରୀ ଓ ବେସରକାରୀ କର୍ମଚାରୀ , ସାଧାରଣ ଜନତା, ବ୍ୟବସାୟୀ ମାନଙ୍କର ଯିବା ଆସିବା ରାସ୍ତା ଅଟେ । ଏହି ରାସ୍ତାରେ ଅନେକ ଦିନ ହେବ କାମ ହୋଇନାହିଁ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳେ । ସତ୍ୟବାଦୀ ବ୍ଳକର ବଳପୁର, ସାରଙ୍ଗଯୋଡି, ମହୁରା, କେତକିପାଟଣା, ବିଦ୍ୟଧରପୁର, ରାୟଖଣ୍ଡୀ ପଞ୍ଚାୟତର ପ୍ରାୟ ୨ଶହ ଖଣ୍ଡ ଗ୍ରାମର ୩୦ ହଜାର ଲୋକମାନେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଏ ସମ୍ପର୍କରେ ସାକ୍ଷୀଗୋପାଳ ଜଳସମ୍ପଦ ବିଭାଗ ଉପଖଣ୍ଡ ଅଧିକାରୀ ରଘୁନାଥ ସ୍ୱାଇଁ ଙ୍କୁ ପଚାରିବାରୁ ସେ କହନ୍ତି ଉକ୍ତ ରାସ୍ତା ପାଇଁ ୨୫ଲକ୍ଷ ଟଙ୍କା ଟ୍ଣେ୍ଡର ସରିଛି । ଗୁରୁବାର ଦିନ ପୁରୀ ଡଭିଜନରେ ଟେଣ୍ଡର ଖୋଳାଯାଇ ଲଟେରୀ ମାଧ୍ୟମରେ ଠିକାଦାର ଚୟନ ପ୍ରକିୟା ଜାରି ରହିଛି । ବର୍ଷା ଦିନ ହୋଇଥିବାରୁ ପ୍ରଥମ ପର୍ଯ୍ୟାୟରେ ରାସ୍ତାରେ ହୋଇଥିବା ଖାଲଖମାକୁ ଅସ୍ଥାୟୀ ଭାବେ କାମ କରାଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି