 |
Sakhigopal News By D senapati |
ସାକ୍ଷୀଗୋପାଳ--- ସାକ୍ଷୀଗୋପାଳ ବକୁଳବନ ସ୍ଥିତ ପଞ୍ଚସଖା ସମାଧିପୀଠ ବହୁ ଦିନ ଧରି ଅବହେଳିତ ହୋଇ ପଡି ରହିଥିଲା । ଯାହାକି ଗାଇ ଗୋରୁ ଓ ନିଶାଡିଆ ମାନଙ୍କର ପେଣ୍ଠସ୍ଥଳ ହୋଇପଡିଥିଲା । ଆଜି ଭୁବନେଶ୍ୱର ସ୍ଥିତ ଓଡିଶା ପୁଜ୍ୟପୂଜା ସଂସ୍କୃତି ଅଭିଯାନ. ବିଜୁ ପଟ୍ଟନାୟକ କମ୍ପ୍ୟୁଟର ଏକାଡେମୀ କଲେଜର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସତ୍ୟବାଦୀ ବକୁଳବନ ସ୍ଥିତ ପଞ୍ଚସଖା ସମାଧିପୀଠ ସଫେଇ କରାଯିବା ସହ ଫୁଲଗଛ ଓ ବଉଳ ବୃକ୍ଷ ରୋପଣ କରାଯାଇଛି । ବକୁଳବନ ମହୋତ୍ସବ କମିଟିର ସଦସ୍ୟ ଓ ବକୁଳବନ ସୁରକ୍ଷା ମଞ୍ଚ ସହଯୋଗ କରିଥିଲେ । ଏହି ସଫେଇ କାର୍ଯ୍ୟକ୍ରମରେ କମ୍ପ୍ୟୁଟର ଏକାଡେମୀର ଅଧ୍ୟାପକ, ଅଧ୍ୟାପିକା ଛାତ୍ର ଛାତ୍ରୀ ଓ ଏକାଡେମୀର ସଭାପତି ଶ୍ରୀତା ବଲ୍ଲଭ ମହାପାତ୍ର, ଓଡିଷା ଭାଷା ଆନ୍ଦୋଳନର ସଭାପତି ତଥା ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଲଣ୍ଡନରୁ ଆସିଥିବା ଡ. ନିତ୍ୟାନନ୍ଦ ପଟ୍ଟନାୟକ, ପୂଜ୍ୟପୂଜା ସଂସ୍କୃତି ଅଭିଯାନର ସଂଯୋଜକ କିଷାନ ବରାଇ, ଯୁଗ୍ମ ସଂଯୋଜକ ନାରାୟଣ ଓଝା, ସଂଜିବ ପଣ୍ଡା, ବକୁଳବନ ମହୋତ୍ସର ସମ୍ପାଦକ ସଚ୍ଚୀକାନ୍ତ ବିଶ୍ୱାଳ, ବୁଧିମାନ ନାୟକ, ସୂର୍ଯ୍ୟକାନ୍ତ ଦାଶ, ଅଲେଖ ଜେନା, ତନ୍ମୟ ସାମନ୍ତରାୟ.ସାଧୁଚରଣ ବେହେରା, ନବଘନ ଶତପଥୀ, ସୁଶାନ୍ତ କୁମାର ରଥ, ହାପି ରଥ, ଯଯାତି କେଶରୀ ରାୟ. ପ୍ରଶାନ୍ତ ବିଶ୍ୱାଳ, ରବିନ୍ଦ୍ର କୁମାର ଷଡଙ୍ଗୀ, ଦେବାଶିଷ ମିଶ୍ର, ସୁରେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରତି ମାସ ଶେଷ ରବିବାର ଏହି ପୀଠ ରକ୍ଷଣା ବେକ୍ଷଣ କରିବା ପାଇଁ ଆସିବେ ବୋଲି ଓଡିଷା ଭାଷା ଆନ୍ଦୋଳନର ସଭାପତି ତଥା ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ କହିଛନ୍ତି । ବିଜୁ ପଟ୍ଟନାୟକ କମ୍ପ୍ୟୁଟର ଏକାଡେମୀର ପ୍ରତିଷ୍ଠାତା ସମ୍ପାଦକ କାଳୀ ପ୍ରସାଦ ସାମନ୍ତରାୟଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ବକୁଳବନରେ ବଉଳ ବୃକ୍ଷ ଚାରା ରୋପଣ କରାଗଲା ବୋଲି କିଶାନ ବରାୟ କହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି