 |
Sakhigopal News |
ସାକ୍ଷୀଗୋପାଳ ---- ଲଘୁଚାପ ଜନିତ ବର୍ଷା ହେବାରୁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଭାର୍ଗବୀ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇଥିଲା । ବନ୍ୟା ଜଳ କମିବା ଆରମ୍ଭ କରିଥିବା ଜଣାପଡିଛି । ମାତ୍ର ନିମାପଡା ଜଳସମ୍ପଦ ବିଭାଗ ଅଧିନରେ ଥିବା ନଦୀବନ୍ଧରେ ତିନି ମାସ ତଳେ କରାଯାଇଥିବା ପଥର ପ୍ୟାକିଂ ଏବେ ଭୁଷୁଡି ଯାଇଛି । ଯାହାକି ସୁଆଣ୍ଡୋ ବ୍ରିକ ନିକଟରେ ହୋଇଥିବାରୁ ଲୋକମାନେ ସୁଆଣ୍ଡୋ ବ୍ରିଜ ପ୍ରତି ବିପଦ ଅଛି ବୋଲି କହୁଛନ୍ତି । ଏହି ପଥର ପ୍ୟାକିଂ ବାତ୍ୟା ଆଗରୁ ଓ ବାତ୍ୟା ପରେ ନିମାପଡା ଜଳ ସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ଲୋକମାନେ କହନ୍ତି । ସେ ସମୟରେ କାମ କରୁଥିବା ଠିକାଦାର ଓ ଜଳସମ୍ପଦ ଅଧିକାରୀ ମାନଙ୍କ ମଧୁଚନ୍ଦିକା ଯୋଗୁ ଏଭଳି ପଥର ପ୍ୟାକିଂ ଭୁଷୁଡି ପଡିଛି ବୋଲି ସ୍ଥାନୀୟ ବୁଦ୍ଦିଜିବୀ ମାନେ କହନ୍ତି । ମାତ୍ର ଏ ସମ୍ପର୍କରେ ବିଭାଗୀୟ ଏସଡିଓ ରାକେଶ ମଲିକ କହନ୍ତି ବନ୍ୟା ପାଣି ଛାଡିଲେ କାମ କରିଥିବା ଠିକାଦାର କାମ କରିବ । ଏ ଦିଗପ୍ରତି ପୁରୀ ଜିଲ୍ଲାପାଳ ଓ ବିଭାଗୀୟ ମନ୍ତ୍ରୀ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବୀ ହୋଉଛି । ଅନ୍ୟ ପକ୍ଷେ ସତ୍ୟବାଦୀ ଜଳସମ୍ପଦ ବିଭାଗ ଅଧୀନରେ ଥିବା ନଦୀବନ୍ଧରେ ପ୍ରାୟ ୬ଟି ଘଳିଆ ପଡିଥିଲା । ଘଳିଆ ପଡିଥିବା ବନ୍ଧପାଖ ଗ୍ରାମର ଲୋକମାନେ ଭୟଭୀତ ହୋଇଥିଲେ । ମାତ୍ର ସାକ୍ଷୀଗୋପାଳ ଜଳସମ୍ପଦ ବିଭାଗ ର ଏସଡିଓ ରଘୁନାଥ ସ୍ୱାଇଁଙ୍କ ତତ୍ୱବଧାନରେ ନଦୀବନ୍ଧରେ ପଡିଥିବା ଘଳିଆ ଯାଗାରେ ବାଲିବସ୍ତା ଦିଆଯାଇ ବନ୍ଧକୁ ସୁରକ୍ଷା କରାଯାଇଛି । ବନ୍ୟା ଏବେ ଟଳି ଯାଇଛି ବୋଲି ସେ କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି