Breaking News

ଗୋଡ଼ ହାତ ବାନ୍ଧି ,; ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ,ରୂପା ଓ ନଗଦ ଟଙ୍କା

ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ଯାଦବ ନିବାସରେ ବଡ଼ ଧରଣର ଚୋରି ହୋଇଛି । ଏହି ଡକାୟତ ଗୋଷ୍ଠୀ ସାତରୁ ଦଶ ଜଣ ଥିବାର ଅନୁମାନ କରାଯାଉଛି । ଦୁଇ ଜଣ ଓଡ଼ିଆ ରେ କଥା ହୋଉଥିବା ବେଳେ ଅନ୍ୟ ମାନେ ଭଙ୍ଗା ହିନ୍ଦୀ ଭାଷା ରେ କଥା ହୋଉଥିବା ଜଣାପଡିଛି । ତଳ ମହଳା ଘରର ଝରକା ଗ୍ରିଲ  ଭାଙ୍ଗି ଡକାୟତ ମାନେ ପଶିଥିଲେ । ତଳ ଘରେ ଭଡ଼ାରେ ଥିବା  ଗଦାଧର ରଥ ଓ ତାଙ୍କ ପତ୍ନୀ କୈଲାଣି ରଥ ଶୋଇଥିବା ସମୟରେ  ତାଙ୍କୁ ଉଠାଇ କାବୁ କରି ନେଇଥିଲେ । ଏବଂ ଗୋଡ଼ ହାତ ବାନ୍ଧି ଦେଇ ଡକାୟତ ମାନେ ଗଡରେଜ ଖୋଲି ଲକର ଭାଙ୍ଗି ,୪୦ ହଜାର ଟଙ୍କା ଓ ୪୦ ଭରି ସୁନା ଗହଣା ଲୁଟି ନେଇଥିଲେ  । ଉପର ମହଲାରେ ରହୁଥବା ଘର ମାଲିକ ଯାଦବ ନାୟକଙ୍କ ଘରେ ଡକାୟତ ମାନେ ଘର କବାଟ ଭାଙ୍ଗି ଘରେ ପଶିଥିଲେ । ଗିତାଞଳି , ପୁଷ୍ପାଞ୍ଜଳି ଙ୍କ ସହିତ ଝିଅ ସାଇସିମରନ ଓ ପୁଅ ସୈମ୍ଯରଞନ ଙ୍କୁ ଡକାୟତ ମାନେ ଗୋଡହାତ ବାନ୍ଧି ମୁଣ୍ଡରେ ବନ୍ଧୁକ ଓ ମାରଣାସ୍ତ୍ର ଲଗାଇ ଲୁଟ ତରାଜ କରିଥିଲେ । ପ୍ରାୟ ଡକାୟତ ମାନେ ୪୦ ମିନିଟ ଏହି ଅପରେସନ ଚାଲିଥିଲା  । ରାତି ୨ଟା ମଧ୍ୟରେ ଏହି ଘଟଣା
ଘଟିଥିବା ଜଣାପଡ଼ିଛି  । ଯାଦବଙ୍କ  ଘରେ ଥିବା ଗଡରେଜ ଲକର  ଭାଙ୍ଗି ୨ଶହ ଗ୍ରାମ ସୁନା ଅଳଙ୍କାର ସହ ୫ ଶହ ଗ୍ରାମ ରୂପା ଓ ନଗଦ ଲକ୍ଷାଧିକ ଟଙ୍କା ଲୁଟ ହୋଇଛି
। ସାକ୍ଷୀଗୋପାଳ ଅଞ୍ଚଳ ରେ ଏହି ଡକାୟତି ଘଟଣା ପ୍ରଥମ ଘଟଣା ବୋଲି ଜଣାପଡିଛି।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି










Blog Archive

Popular Posts