Breaking News

୧୦ବର୍ଷ ପରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି ; ଲାଦେରପାଲି ବିଦ୍ୟାଳୟର ଭାଗ୍ୟ ଖେଲିଲା


ବରଗଡ--- ବରଗଡ ଜିଲ୍ଲାର ଅତାବିରା ଏନଏସି ଅଞ୍ଚଳରେ ଥିବା ଲାଦେରପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ  । ବିଦ୍ୟାଳୟଟି ଜାତୀୟ ରାଜପଥନଂ-୫୩ କରରେ ବିପଦ ପୂର୍ଣ୍ଣ ଅବସ୍ଥାରେ ୧୦ ବର୍ଷ ହେବ ଦଣ୍ଡାୟମାନ ବୋଲି ଜନସାଧାରଣଙ୍କ ଠାରୁ ଜଣାପଡିଛି । ଲୁହୁରାଚଟି- ସମ୍ବଲପୁର ୬ନଂ ଜାତୀୟ ରାଜପଥ ସମ୍ପସାରଣ କରିବା ପରେ ୬ନଂ ଜାତୀୟ ରାଜପଥ ୫୩ନଂ ଜାତୀୟ ରାଜପଥର ମାନ୍ୟତା ପାଇଥିଲା  । ମାତ୍ର ବିଦ୍ୟାଳୟ ଓ ରାସ୍ତା ସମ୍ପସାରଣ ସମୟରେ ଲୋକଙ୍କ ଘରଦ୍ୱାରା, ନଳକୂପ, ଯାତ୍ରୀ ବିଶ୍ରାମଗାର, ଗଛ ରାଜପଥ ନିର୍ମାଣ ସମୟରେ ନଷ୍ଟ ହୋଇଥିଲା  । ସେ ସମୟରେ ଠିକାଦାର ସଂସ୍ଥା ଲୋକମାନଙ୍କୁ ଆର୍ଥିକ ସହାୟତା ଦେବ ବୋଲି କହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମିଳିନାହିଁ  । ଅତି ଚତୁରାତର ଠିକାଦାର କାମ ଅଧପନ୍ତାରିଆ କାମ କରି ଟୋଲଗେଟ କରି ଅର୍ଥ ଉପାୟରେ ଲାଗି ପଡିଛି ବୋଲି ଜନସାଧାରଣଙ୍କ ଠାରୁ ଶୁଣିବାକୁ ମିଳୁଛି  । ୨୦୧୦ ମସିହାରେ ବିଦ୍ୟାଳୟଟି ଭଗ୍ନ ଅବସ୍ଥାରେ ପଡି ରହିଥିଲା  । ଏ ସମ୍ପର୍କରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ,  ଅଭିଭାବକ ଓ ପରିଚାଳନା କମିଟି ବାରମ୍ବାର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇବାରେ ୧୦ ପରେ ଆଜି ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି । ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ ଯୋଶୀ, ଅତାବିରା ତହସିଲଦାର ହୃଦାନନ୍ଦ ଅଡ୍ଡା, ବ୍ଳକ ଶିକ୍ଷା ଅଧିକାରୀ ରାଜରାମ ମେହେର, ଡିଡବ୍ଳ୍ୟୁଓ ଭାରତ ଭୂଷଣ ବିଶ୍ୱାଳଙ୍କ ସହିତ ରାଜସ୍ୱ ନୀରିକ୍ଷକ ଓ ଅନ୍ୟ ଅଧିକାରୀ ମାନେ ବିଦ୍ୟାଳୟ ପରିଦର୍ଶନ କରିବା ସହ ନୂତନ ଯାଗରେ ହେବାକୁ ଥିବା ବିଦ୍ୟାଳୟ ସ୍ଥାନ ପରିଦର୍ଶନ କରିଥିଲେ  । ବହୁ ଶିଘ୍ର ନୂତନ ବିଦ୍ୟାଳୟର ଗୃହ ନିର୍ମାଣ କରାଯିବ ବୋଲି ଅଧିକାରୀ ମାନେ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟ ପକ୍ଷେ ଉକ୍ତ ବିଦ୍ୟାଳୟରେ ୧୬୦ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ସେମାନଙ୍କ ପାଇଁ ମାତ୍ର ଦୁଇଟି ଶ୍ରେଣୀଗୃହ ରହିଛି । ଅନ୍ୟ ପିଲାମାନେ ଗଛ ଭୂଳରେ ଶିକ୍ଷା ଦାନ କରିଥାନ୍ତି । ବର୍ଷାହେଲେ ବାରଣ୍ଡା ହୋଉଛି ସାହା ଭରଷା ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କହନ୍ତି । ବିଦ୍ୟାଳୟର ପାଚେରୀ ନଥିବାରୁ ସଂଧ୍ୟାହେଲେ ମଦର ଆସର ଜମେ  । ସକାଳ ହେଲେ ମଦ ବୋତଲ ଏଠାରେ ଗଡୁଥାଏ  । ଏହାକୁ ନଜର କଲେ ଜିଲ୍ଲାରେ ସର୍ବଶିକ୍ଷା ଅଭିଯାନ ଓ ଶିକ୍ଷା ବିଭାଗ କିପରି ଚାଲୁଛି ତାହା ଅନୁମେୟ  । ଉକ୍ତ ବିଦ୍ୟାଳୟର ଜିଲ୍ଲାରେ ନାମ ରହିଥିବା ବେଳେ ଏବେ ୧୦ ବର୍ଷ ହୋଇଗଲା ଅବହେଳିତ କରାଯାଉଛି ବୋଲି ଜନସାଧାରଣ କହନ୍ତି । ସ୍ଥାନୀୟ ରାଜନୈତିକ ନେତା ମାନେ ଚାହିଁଥିଲେ ଆଜି ବିଦ୍ୟାଳୟର ଅବସ୍ଥା ଏପରି ହୋଇନଥାନ୍ତା ବୋଲି ଅଭିଭାବକ ମାନେ କହନ୍ତି । ଦେଖାଯାଉ ଜିଲ୍ଲା ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ସତରେ କ’ଣ କାର୍ଯ୍ୟକରିବ ନାଁ ଏପିଲା ମାନଙ୍କର ଭାଗ୍ୟ ପରିବର୍ତ୍ତନ ହେବ ତାହା ସମୟହିଁ କହିବ  ।
ବରଗଡରୁ ନବୀନ ଦାଶଙ୍କ ରିର୍ପୋଟ

Blog Archive

Popular Posts