ପଟ୍ଟନାୟିକିଆ ଠାରୁ ବୀରଗୋବିନ୍ଦପୁର ପର୍ଯ୍ୟନ୍ତ ଜାତୀୟ ରାଜପଥରେ ନିମ୍ବ ବୃକ୍ଷ ରୋପଣ
ସାକ୍ଷୀଗୋପାଳ------- ଶନିବାର ଦିବା ୧୧ ଘଣ୍ଟିକା ସମୟରେ ପଟ୍ଟନାୟିକିଆ ଠାରୁ ବୀରଗୋବିନ୍ଦପୁର ପର୍ଯ୍ୟନ୍ତ ଜାତୀୟ ରାଜପଥରେ ନିମ୍ବ ବୃକ୍ଷ ରୋପଣ କାର୍ଯର ଶୁଭ ଆରମ୍ଭ ହୋଇଯାଇଛି । ସ୍ବୋଚ୍ଛ ସବୀ ଅନୁଷ୍ଠାନ ସଜାଗ ପରିବାର ଆୟୋଜନ କରିଥିଲେ ।କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ଥାନା ଅଧିକାରୀ ତପନ କୁମାର ରାଉତ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ , ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୁବ ଚରଣ ଦାଶ , ସତ୍ୟବାଦୀ ବ୍ଲକ ବିଜେଡି ସଭାପତି ପ୍ରମୋଦ ରାଉତ , ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା , ବିଧାୟକ ଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା , ସାମାଜିକ କର୍ମୀ ଶଙ୍କର ପ୍ରଧାନ , ସୁରେଶ୍ କୁମାର ସାହୁ ଓ ବିଭିନ୍ନ ଗ୍ରାମ ପଞ୍ଚାୟତର ଜନପ୍ରତିନିଧି ,ଯୁବ ଶକ୍ତି, ମହିଳା ଗୋଷ୍ଠୀ, ସ୍ବେଛାସେବୀ ବଂଧୁ, ବିଜୁ ଯୁବ ବାହିନୀ ର ସଦସ୍ଯ ମାନେ ଯୋଗଦାନ କରିଥୁଲେ । ଭଜନ କିର୍ତ୍ତନ ସହିତ ବୃକ୍ଷ ରୋପଣ କରାଯାଇଥିଲା।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି