ବିଏସଫ ଯବାନ ଶହିଦ
ବାଲିଗୁଡ଼ା----- ବାଲିଗୁଡାରେ ଏକ ଦୁଖଦଃ ଘଟଣା ଘଟିଯାଇଛି । ବାଲିଗୁଡା ନୁଆସାହି ଗ୍ରାମର ଅଜୟ ପାତ୍ର ବିଏସଏଫ ଯବାନ କାର୍ଯ୍ୟରତ ସମୟରେ ଆତତାୟୀ ଙ୍କ ଗୁଳିରେ ଶହିଦ ହୋଇଥିଲେ । ଆଜି ତାଙ୍କ ମରଶରୀର ସକାଳ ୮ଘଣ୍ଟା ସମୟରେ ବାଲିଗୁଡ଼ାରେ ପହଞ୍ଚିଥିଲା । ଯବାନଙ୍କ ମରଶରୀର ପହଞ୍ଚିବାପରେ ବାଲିଗୁଡା ନଗରରେ ମୋଟର ସାଇକଲ ଶୋଭାଯାତ୍ରା କରାଯାଇଥିଲା ଏହାପରେ ଯବାନଙ୍କୁ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ବାଲିଗୁଡା ଉପଜିଲ୍ଲାପାଳ, ବାଲିଗୁଡା ଆରକ୍ଷଣ ଅଧିକ୍ଷକଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ରହିଥିଲେ । ଶେଷରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗାଡ଼ ଅଫଅନର ଦିଆଯାଇଥିଲା ।
ବାଲିଗୁଡ଼ା ରୁ ସୁରେଶ କୁମାର ପଣ୍ଡା