Breaking News

ଡେଲାଙ୍ଗରେ ମାଙ୍କଡ ଉତ୍ପାତ ; ୧ ଆହତ


ଡେଲାଙ୍ଗ--- ଡେଲାଙ୍ଗ  ବ୍ଳକ ଅନ୍ତର୍ଗତ ଗୁଆଳିପଡା ଓ ପାଟପୁର ଗ୍ରାମରେ ମାଙ୍କଡ କାମୁଡାରେ ଲୋକମାନେ ଭୟଭୀତ ହୋଇପଡିଛନ୍ତି । ଗୁଆଳିପଡା ଗ୍ରାମର ଦୀପକ କୁମାର ପ୍ରଧାନ ଗ୍ରାମ ଦାଣ୍ଡରେ ବୁଲୁଥିବା ବେଳେ ଏକ ମାଙ୍କଡ ତାଙ୍କୁ ଆକ୍ରମଣ କରିଥିଲା  । ମାଙ୍କଡଟି ଡାହାଣ ଗୋଡର ଜଙ୍ଗକୁ କାମୁଡି ଦେଇଥିଲା  । ଦୀପକଙ୍କୁ ପ୍ରଥମେ ଡେଲାଙ୍ଗ ସ୍ୱାସ୍ତ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା  । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ମେଡିକାଲକୁ ପଠାଯାଇଥିଲା  । ଉକ୍ତ ମାଙ୍କଡଟି ଅଞ୍ଚଳରେ ଏକମାସ ହେବ ଆତଙ୍କରାଜ କରୁଥିବା ଗ୍ରାମବାସୀ ମାନେ କହନ୍ତି । ଏ ସମ୍ପର୍କରେ ଖୋର୍ଦ୍ଧା ବନବିଭାଗ ଓ ଡେଲାଙ୍ଗ ପୋଲିସକୁ ଜଣାଇ ଦିଆଯାଇଥିଲେ ମଦ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଜଣାପଡିଛି । ପାଟପୁର ଗ୍ରାମର ବାସନ୍ତୀ ଭୋଇ, ଆରତ ଭୋଇ,  ହେମନ୍ତ ସେଠୀ ଓ ଗୁଆଳିପଡା ଗ୍ରାମର ମଞ୍ଜୁ ପ୍ରଧାନ, ମାତା ପ୍ରଧାନ ପ୍ରମୁଖ ମାଙ୍କଡ କାମୁଡାରେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସା ହୋଉଥିବା ଜଣାପଡିଛି  । ତୁରନ୍ତ ଜଙ୍ଘଲ ବିଭାଗ ପକ୍ଷରୁ ଉତ୍ପାତ କରୁଥିବା ମାଙ୍କଡଟିକୁ ଧରି ଅନ୍ୟ ଜଙ୍ଗଲରେ ଛାଡି ଦେବାପାଇଁ ଜନସାଧାରଣରେ ଦାବି ହୋଉଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts