Breaking News

୧୪ କିଲୋ ୮ଶହ ଗଞେଇ ଜବତ ; ତିନି ଗିରଫ


ବାଲିଗୁଡ଼ା-----  ଗଞେଇ ଚୋରା ଚାଲାଣବବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ବାରଖମା- ରେବିଙ୍ଗିଆ ରାସ୍ତା ଗ୍ୟାସ୍ ଡିପୋ ନିକଟରେ ଅଚାନକ ଚଢ଼ାଉ କରି  ୧୪କେଜି ୮୦୦ଗ୍ରାମ୍  ଗଞେଇ ଓ ତିନି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ।  ସୂଚନା ଅନୁଯାୟୀ ବାଲିଗୁଡା ଥାନା ଆଇଆଇସି ପ୍ରଶାନ୍ତ କୁମାର ବେହେରା ନିଜ ସହଯୋଗୀଙ୍କସହ ଅଚାନକ ଗାଡି  ମଟର ଯାଞ୍ଚ କରିଥିଲେ । ସେହି ସମୟରେ ଗୋଟିଏ ଟିଭିଏସ୍ ସ୍ଟାର୍ ସିଟି ମୋଟରସାଇକେଲ୍ ଯାଞ୍ଚ ସମୟରେ ୧୪କେଜି ୮୦୦ଗ୍ରାମ୍ ଗଞେଇ ସହ ତିନି ଜଣ ଚାଲାଣକାରୀଙ୍କୁ କାବୁକରିଛି ପୋଲିସ୍ ।   ବାଲିଗୁଡ଼ା ପୋଲିସ ମୋଟରସାଇକେଲ୍ କୁ ଜବତ କରିବାସହ ତିନିଜଣ ଯୁବକଙ୍କୁ ଗିରଫକରି ଆଜି କୋର୍ଟଚାଲାଣ କରିଥିବା ଆଇଆଇସିିଙ୍କ ଠାରୁ ପ୍ରକାଶ । ଗିରଫ ତିନିଜଣ  ଯୁବକ ହେଲେ ବାଲିଗୁଡାଡା ଥାନା ରେବିଙ୍ଗିଆ ଗ୍ରମପଞ୍ଚାୟତର ଦୁଲିକିଆ ଅଞ୍ଚଳର ସୁରଥ ମଲ୍ଲିକ, ପୁଲୁଙ୍ଗା ମଲ୍ଲିକ ଓ ଶମ୍ଭୁନାଥ ମଲ୍ଲିକ ।  କନ୍ଧମାଳରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ

Blog Archive

Popular Posts