ଅତାବିରା ପୋଲିସ ଜାଣତରେ ଚାଲିଛି ନିଶା କାରବାର
ବରଗଡ଼ --_ ବରଗଡ଼ଜିଲ୍ଲାର ଅତାବିରା ରାଜରାସ୍ତାରେ ଦିନ ଦ୍ବୀପହରେ ଲୁଟମାର ଘଟଣା ଠାରୁ ଆରମ୍ଭ କରି ବୋମା ବିସ୍ପୋରଣ ଘଟଣା ଘଟି ଚାଲିଛି । ପୋଲିସ ପକ୍ଷରୁ କେସ ରୁଜ କରାଯାଉଛି । ମାତ୍ର ଦିନ ପରେ ଦିନ ଗଡି ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯନ୍ତ ପ୍ରଶାସନର ହାତ ଖାଲିପଡ଼ିଛି ବୋଲି ଲୋକମାନେ କହନ୍ତି । ସତେ ଯେମିତି ଘଟଣାଟି ସ୍ୱପ୍ନ ଥିଲା । ରାତି ଘଟଣା ସକାଳକୁ ଅତାବିରା ପୋଲିସ ଭୁଲିଯାଇଛି।ସେହିପରି ସରକାରୀ ନିୟମକୁ ଉଲଂଘନ କରି ପ୍ରଶାସନର ପ୍ରୋତ୍ସାହନରେ ରାଜରାସ୍ତା,ସରକାରୀ ତଥା ସ୍କୁଲକଲେଜ ସାମ୍ନାରେ ଦିନ ଦ୍ବୀପହରେ ଦେଶି ଓ ବିଦେଶୀ ଡୁପ୍ଲିକେଟ ମଦ ବିକ୍ରିକରି ମଦ ମାଫିଆମାନେ ମାଲାମାଲ ହେଉଥିବା ଜନସାଧାରଣଙ୍କ ଠାରୁ ଶୁଣିବାକୁ ମିଳେ । ଅନ୍ୟ ପକ୍ଷରେ ନିଶାଡୀ ମାନଙ୍କର ପ୍ରାଦୁର୍ଭାବ ଦିନକୁଦିନ ବଢି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି ବୋଲି ବୁଦ୍ଧିଯିବି ମହଳରୁ ପ୍ରକାଶ ପାଏ। ଅତାବିରା ଅଞ୍ଚଳରେ ଚୋରି,ଡ଼କାୟତି, ଲୁଟମାର,ମଦ,ଜୁଆ ଅତି ଆରାମରେ କାୟା ବିସ୍ତାର କରିଚାଲିଥିବାବେଳେ ପ୍ରଶାସନ ଚେଇଁ ଶୋଇଛି ବୋଲି ଲୋକମାନେ କହନ୍ତି ।
ବରଗଡ଼ଜିଲ୍ଳାରୁ ନବୀନ ଦାଶଙ୍କ ରିପୋର୍ଟ