Breaking News

ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଣ୍ଟନ


କଣାସ--- କଣାସ ବ୍ଲକ ଦୋଛିଆଁ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନ ଶିକ୍ଷକ ଅଜୟ କୁମାର ସେଠୀଙ୍କ ତତ୍ୱାବଧାନରେ ୪୬ ଜଣ ଛାତ୍ର ଓ ୪୭ ଜଣ ଛାତ୍ରୀଙ୍କୁ ଡ୍ରେସ,ବୁଟ,ମୋଜା,ଟୋପି ଓ ପରିଚୟପତ୍ର ବଣ୍ଟନ କରାଯାଇଛି । ରାକ୍ଷୀ ପୁର୍ଣ୍ଣୀମା ଓ ଆଗକୁ ଅଗଷ୍ଟ ୧୫ ତାରିଖ ଥିବାରୁ ଛାତ୍ରଛାତ୍ରୀମାନେ ଡ୍ରେସ ପାଇବା ପରେ ଖୁସିବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଅନିୟ କୁମାର ଛୋଟରାୟ,ନଟବର ବେହେରା,ବିଭୂତିଭୂଷଣ ସାମନ୍ତସିଂହାର,ଡାକ୍ତର ମାଝୀଙ୍କ ସମେତ ବିଦ୍‌୍ୟାଳୟର ପରିଚାଳନା କମିଟ ସଭ୍ୟ ଓ ସଭ୍ୟା ତଥା ଅଙ୍ଗନବାଡି କର୍ମୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଣ୍ଟନ କରିଥିଲେ । କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୮/୮/୨୦୨୫----୮,୪୦    Sakhigopal News, 8/8/2025


Blog Archive

Popular Posts