Breaking News

ଅର୍ଥମନ୍ତ୍ରୀ ଭିତ୍ତିଭୂମି ସମୀକ୍ଷା କଲେ




ଭଞ୍ଜନଗର, -  ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଉଦ୍ୟମ କ୍ରମେ ଭଞ୍ଜନଗର କେ ଏସ୍ ୟୁ ବି କଲେଜର ଭିତ୍ତିଭୂମି ସୁଦୃଢ ପାଇଁ ବିପୁଳ ଅର୍ଥ ରାଜ୍ୟ ସରକାର ଇତିମଧ୍ୟରେ ଦେଇଛନ୍ତି। ଆସନ୍ତା ୧୩ ତାରିଖରେ ବିଶ୍ୱବ୍ୟାଙ୍କ ସହାୟତାରେ ୩ କୋଟି ୨୯ ଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା ନୁତନ କୋଠା ଉଦଘାଟିତ ହେବ।  ଏଥିସହ  ପୁରୁଣା ଟିଣ ଘର ଗୁଡିକୁ ଭାଙ୍ଗି ନୁତନ କୋଠା ନିର୍ମାଣ ପାଇଁ ଶିଳାନ୍ୟାସ ଉତ୍ସବ ହେବ।  ଏବାବଦରେ ବିପୁଳ ଅର୍ଥ ଅନୁମୋଦନ ହୋଇଛି। ତେଣୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ  ଆଜି ଅଚାନକ  କଲେଜରେ ପହଞ୍ଚି ଭିତ୍ତିଭୂମି ବୁଲି ଦେଖିଥିଲେ। ୧୩ ତାରିଖରେ ହେବାକୁ ଥିବା ଉତ୍ସବରେ ଅର୍ଥମନ୍ତ୍ରୀଙ୍କ ସମେତ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।  କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ କଲେଜ କର୍ତ୍ତୃପକ୍ଷ, ପୂର୍ତ୍ତ ବିଭାଗ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଚେଷ୍ଟା ଚଳାଇଛନ୍ତି।   ଅର୍ଥମନ୍ତ୍ରୀଙ୍କ ଗସ୍ତ ସମୟରେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ନାୟକ ,କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବର୍ତ୍ତମାନ କଲେଜରେ ସ୍ମାର୍ଟ କଲେଜ ଯୋଜନାରେ ଅଢେଇ କୋଟି ଟଙ୍କା ବ୍ୟୟରେ ଅନେକ କ୍ଲାସ ଆଧୁନିକୀକରଣ ହେଉଛି। କଲେଜରେ ଖାଲିଥିବା ଅଧ୍ୟାପକ ପଦବୀ ମଧ୍ୟ ପୂରଣ ହୋଇଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧିନରେ ଥିବା ଏହି ଦ୍ଵିତୀୟ ବୃହତ୍ତମ ମହାବିଦ୍ୟାଳୟର ଉନ୍ନତିକରଣ ପାଇଁ ଅର୍ଥମନ୍ତ୍ରୀ ସ୍ଵତନ୍ତ୍ର ପଦକ୍ଷେପ ନେଇଛନ୍ତି।  ତେଣୁ କିଛି ମାସ ମଧ୍ୟରେ କଲେଜର ରୁପରେଖା ସମ୍ପୂର୍ଣ୍ଣ ବଦଳିଯିବ ବୋଲି ଜଣାପଡିଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୧୨/୨୦୨୩---୯,୩୫ Sakhigopal News 8/12/2023

Blog Archive

Popular Posts