Breaking News

ଦ୍ବିତୀୟ ସମ୍ଭାବନା କପ୍ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ



ଜଟଣୀ : ଜଟଣୀ ସହରର ସମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଦ୍ବିତୀୟ ସମ୍ଭାବନା କପ୍ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ସମ୍ଭାବନା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି l ଏହି ଟୁର୍ଣ୍ଣାମେଣ୍ଟରେ ଯଥାକ୍ରମେ  ଜଟଣୀ  ମ୍ୟୁନିସିପାଲଟି ଏକାଦଶ, ଜଟଣୀ ମିଡିଆ ଆଇକନ ଏକାଦଶ, ଜଟଣୀ ବାର୍ ଆସୋସିଏସନ୍ ଏକାଦଶ ଏବଂ ଆୟୋଜକ ସମ୍ଭାବନା ପରିବାର ଅଂଶଗ୍ରହଣ କରିଥିଲେ l ସେମିଫାଇନାଲ ପର୍ଯ୍ୟନ୍ତ ୧୫ ଓ ୧୨ ଓଭର ବିଶିଷ୍ଟ ନକ୍ଆଉଟ୍ ଆଧାରରେ ସମସ୍ତ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଫାଇନାଲ୍ ମ୍ୟାଚରେ ଜଟଣୀ ପୌର ଏକାଦଶ ଏବଂ  ଜଟଣୀ ବାର ଆସୋସିଏସନ୍ ଏକାଦଶ ପରସ୍ପରକୁ  ଭେଟିଥିଲେ l ଟସ ଜିତି ମ୍ୟୁନିସିପାଲଟି ଏକାଦଶ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲାବେଳେ ପ୍ରତିପକ୍ଷ ବାର ଆସୋସିଏସନ ଏକାଦଶ ୧୦ ଓଭରରେ ୪୬ ରନ୍ କରିବାରେ ସମର୍ଥ ହୋଇଥିଲା ବେଳେ ମ୍ୟୁନିସିପାଲଟି ୧ ୱିକେଟ ବିନିମୟରେ ୪୭ ରନ୍ କରି ବିଜେତା ଘୋଷିତ ହୋଇଥିଲେ l ଏହି ଟୁର୍ଣ୍ଣାମେଣ୍ଟ ପ୍ରାରମ୍ଭରେ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ଖୋର୍ଦ୍ଧାଜିଲ୍ଲା ବିଜେଡ଼ି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ ଯୋଗ ଦେଇ ଏହି ଟୁର୍ଣ୍ଣାମେଣ୍ଟ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ପୌରାଧ୍ୟକ୍ଷ ଅନନ୍ତ ବେହେରା, ଉପାଧ୍ୟକ୍ଷା ଆରତୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ଜଟଣୀ ନାଗରିକ କମିଟିର ସଭାପତି କ୍ୟାପଟେନ ମନ୍ମଥ ରାଉତରାୟ, ବିଧାୟକଙ୍କ ରାଜନୈତିକ ସଚିବ କଳିଙ୍ଗ ସାହୁ, ବରିଷ୍ଠ ଆଇନଜୀବୀ ଶୈଳେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ପୌର ଏକାଦଶର ସନ୍ତୋଷ ସାମନ୍ତରା, ମ୍ୟାନ୍ ଅଫ ଦି ସିରିଜ୍ ସତ୍ୟ ଜେନାଙ୍କୁ ଓ ଶୃଙ୍ଖଳିତ ଭାବେ ବୃହତ ରନ୍ ସଂଗ୍ରହ କରିଥିବା ଜଟଣୀ ମିଡିଆ ଆଇକନ ଏକାଦଶକୁ    ୱିନର୍ ଟ୍ରଫି ପ୍ରଦାନ କରାଯାଇଥିଲା । ରନର୍ସଅପ୍ ଦଳ ବାର୍ ଆସୋସିଏସନ୍ କୁ ଟ୍ରଫି ପ୍ରଦାନ ପୂର୍ବକ ସମ୍ଵର୍ଦ୍ଧିତ କରିଥିଲେ l ଏହି ସମସ୍ତ ମ୍ୟାଚକୁ ରେଫରୀ ଭାବେ ଚିତ୍ତନ ଦଳାଇ ଓ ମନୋଜ କୁମାର ମିଶ୍ର ପରିଚାଳନା କରିଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ସନ୍ତୋଷ କୁମାର ହୋତା, ସମ୍ପାଦକ ଦେବପ୍ରସାଦ ଦାଶ, ସଂଗଠନ ସମ୍ପାଦକ ଦିଲୀପ ସିଂ, ଅତିରିକ୍ତ ସଂଗଠନ ସମ୍ପାଦକ ଶରତ କୁମାର ରେଡୀ, ସହ ସମ୍ପାଦକ ଅମିନ ରାଉତ, ଉପସଭାପତି ସଞ୍ଜୟ ବରିଶଲ, କୋଷାଧ୍ଯକ୍ଷ ରମାକାନ୍ତ ମହାରଣା, ନିରୂପମା ସ୍ୱାଇଁ, ସ୍ମିତା ପଟ୍ଟନାୟକ,ବରିଷ୍ଠ ସଭ୍ଯ ଲୁସେନ ରାୟ, ଅକ୍ଷୟ ଦାସ, ସୌମେନ୍ଦ୍ର ପଟ୍ଟନାୟକ, ଜଗଦୀଶ ପ୍ରସାଦ ଅଗ୍ରୱାଲ, ପ୍ରଶାନ୍ତ ସାହୁ, ପରେଶ ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩/୧୨/୨୦୨୩---୮,୩୫ Sakhigopal News,3/12/2023

Blog Archive

Popular Posts