ଭେଡେନ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଠାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ
ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଠାରେ ବି ଇ ଓ, ମଛିନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି l ଉଦଘାଟନୀ ଉତ୍ସବରେ ଏ ବି ଇ ଓ ହେମବତି ମେହେର ବିଦ୍ୟା ଦାୟୀନି ମା ବାଗଦେବି ସରସ୍ଵତୀଙ୍କ ଫଟୋ ଚିତ୍ରରେ ଧୂପ ଦୀପ ଓ ପୁଷ୍ପ ମlଲ୍ୟର୍ପଣ କରିଥଲେ l ଏ ବି ଇ ଓ ଅଭିମନ୍ୟୁ ଭୋଇ, ଶିବଲାଲ ମେହେର, ନରେନ୍ଦ୍ର ସେଠ, ସି ଆର ସି ସି କ୍ଷିତେଶ୍ୱର୍ ବେହେରା ଓ ଶିକ୍ଷକ ଲଳିତ ମୋହନ ସାହୁ ମଞ୍ଚାସିନ ଥିଲେ l ବି ଇ ଓ ମଛିନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଜୋନ -୨ ର ଶ୍ରୀମତୀ ପଦ୍ମିନୀ ଗଡତିଆ ଯୋଗ ଦେଇଥିଲେ l ଡ୍ରଇଂ, ମ୍ୟୁଜିକ୍ ଚେୟାର, ସଂଗୀତ ଓ ନୃତ୍ୟ ପ୍ରତିଯୋଗିତାର କୃତୀ ଦିବ୍ୟlଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଓ ଅତିଥି ଗଣ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ l ଦିବ୍ୟlଙ୍ଗ ମାନଙ୍କ ଉନ୍ନତି ସକାଶେ ଉଲ୍ଲେଖନୀୟ ଅବଦାନ ପାଇଁ ଆଇ ଇ ଭି କମଳ କର୍ମୀ ଓ ସୁନୀଲ କୁମାର ବାରିକଙ୍କୁ ବି.ଇ.ଓ. ଓ ମୁଖ୍ୟ ଅତିଥି ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ l ସ୍ବାଗତ ଭାଷଣ ସି ଆର୍ ସି ସି କ୍ଷିତେଶ୍ୱର ବେହେରା, ରୁଦ୍ରଦେବ ସାହୁ ଓ ଧନ୍ୟବାଦ ଅର୍ପଣ ଦେବlର୍ଚ୍ଚନ ପୂଝାରୀ ପ୍ରଦାନ କରିଥିଲେ l ପୁରସ୍କାର ବିବରଣୀ ପାଇଁ କଳ୍ପନା ବଘlର, ଅରୁଣ କୁମାର ଭୋଇ ଓ ରୁଦ୍ର ପ୍ରତାପ ଦାସ ସହଯୋଗ କରିଥିଲେ l ଶିକ୍ଷକ ବୁଲୁ ଶତପଥୀ ଉଦଘାଟନୀ ଓ ଉଦଯାପନୀ ସଂଗୀତ ଗାନ କରିଥିଲେ l ବି ଇ ଓ କାର୍ଯ୍ୟଳୟର କର୍ମଚାରୀ ,ସି ଆର ସି ସି ଓ ଜାନଡୋଲ ନୋଡାଲ ୟୁ ପି ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋାଗ କରିଥିଲେ l
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩/୧୨/୨୦୨୩---୮,୫୫ Sakhigopal News,3/12/2023
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩/୧୨/୨୦୨୩---୮,୫୫ Sakhigopal News,3/12/2023