Breaking News

ଜନକଲ୍ଯାଣ ଟ୍ରଷ୍ଟ ଦ୍ୱାରା ଭିନ୍ନକ୍ଷମ ଦିବସପାଳନ




ଜଟଣୀ----:ଜଟଣୀର ଏକ  ସେବା ସଂଗଠନ ଜନକଲ୍ଯାଣ ସେବାଟ୍ରଷ୍ଟ ଅସହାୟ ଓ ଭିନ୍ନକ୍ଷମ ଙ୍କ ସେବା କରିଆସୁଛି | ସେବା କ୍ଷେତ୍ରରେ ଭିନ୍ନକ୍ଷମ ଙ୍କ ସେବାକୁ ସଦସ୍ଯ ମାନେ ଜୀବନର ବ୍ରତ ଭାବିଛନ୍ତି |ସେଥିପାଇଁ ବିଶ୍ୱଭିନ୍ନକ୍ଷମ ଦିବସକୁ ବହୁ ଆଡମ୍ବର କ୍ରମେ କନ୍ତିଆ ଗ୍ରାମରେ ଥିବା ଫକୀର ମୋହନ ଶିଶୁ ବିଦ୍ଯାମନ୍ଦିର ପରିସରରେ ପାଳନ କରିଛନ୍ତି | ଟ୍ରଷ୍ଟର ଯୁଗ୍ମ ସଂପାଦକ ଜିତେନ୍ଦ୍ର ନାୟକଙ୍କ ସଂଯୋଜନାରେ ଉକ୍ତ ଶିଶୁମନ୍ଦିର ଛାତ୍ର ଛାତ୍ରୀ ଙ୍କୁ ନେଇ ନ୍ରୁତ୍ଯ ଓ ସଂଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା |ଟ୍ରଷ୍ଟର ଅଧ୍ଯକ୍ଷ ନବୀନ୍ କୁମାର ମହାପାତ୍ର ,ଉପଦେଷ୍ଠା ନରେନ୍ଦ୍ର ମୁଦୁଲି,ଯୁବ ସଂଗଠକ ମଧୁସୁଦନ ରାୟ ମଞ୍ଚାସୀନ ହୋଇ ଭିନ୍ନକ୍ଷମ ଦିବସର ତାତ୍ପର୍ଯ୍ଯ ପ୍ରତିପାଦନ କରିଥିଲେ | ଉକ୍ତ କାର୍ଯ୍ଯକ୍ରମକୁ କାର୍ଯ୍ଯକାରୀ ସମ୍ପାଦକ ନୀଲୁପଟ୍ଟନାୟକ ଓ ଉପସଭାପତି ଏମ୍ ଡି କରିମ୍ ପରିଚାଳନା କରିଥିଲେ | ଟ୍ରଷ୍ଟର ବରିଷ୍ଠ ସଦସ୍ଯ ହରପ୍ରସାଦ ମିଶ୍ର ଙ୍କ ସଂଯୋଜନା କ୍ରମେ ଭିନ୍ନକ୍ଷମ ଙ୍କୁ କମ୍ବଳ ବଣ୍ଟନ ସହ କୃତି ପ୍ରତିଯୋଗୀ ଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା | ମହେଶ୍ୱର ସାହୁ,ରାଜେଶ୍ ବାରିକ୍,ସ୍ମିତ୍ ପ୍ରକାଶ ମହାନ୍ତୀ ,ନୀଳାମ୍ବର ମିଶ୍ର କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ |ଶେଷରେ ମିଡିଆ ସେଲ ଅଧ୍ଯକ୍ଷ ବେଣୁଧର ବରାଳ ଧନ୍ଯବାଦ ଅର୍ପଣ କରିଥିଲେ |ସଂଧ୍ଯାରେ ରାସ୍ତା କଡରେ ଶୋଇଥିବା ଅସହାୟ ଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା | ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩/୧୨/୨୦୨୩---୮,୧୦ Sakhigopal News,3/12/2023

Blog Archive

Popular Posts