Breaking News

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳନ

 


ସାକ୍ଷୀଗୋପାଳ---- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ର ମାନଙ୍କ ସହ ସ୍କାଉଟ ଆଣ୍ଡ ଗାଇଡ ବିଭାଗର ଛାତ୍ର ମାନେ  ସଡକ ସୁରକ୍ଷା ସଚେତନତାରେ ସାମିଲ ହୋଇଥିଲେ । ସତ୍ୟବାଦୀ ହାଇସ୍କୁଲର ଏନସିସି ଅଫିସର ସୁଚିତ୍ର ଖଟେଇ ଓ ସ୍କାଉଟ ଗାଇଡ  ଶିକ୍ଷକ ଚିନ୍ମୟ ଜେନାଙ୍କ ତତ୍ୱବଧାନରେ ହାଇସ୍କୁଲ ପରିସରରୁ ଏକ ସଚେତନତା ରାଲି ବାହାରିଥିଲା । ପରେ ପରେ  ପିଲାମାନେ ସାକ୍ଷୀଗୋପାଳ - ଅଳଗୁମ ରାସ୍ତାର ପଞ୍ଚସଖା ପଡିଆ ଠାରେ ସଡକ ସୁରକ୍ଷା ସମ୍ବନ୍ଦୀୟ ସ୍ଳୋଗାନ ଦେବା ସହ ଉକ୍ତ ରାସ୍ତାରେ ଯାଉଥିବାବିନା ହେଲେମେଣ୍ଟରେ ଯାଉଥିବା  ମଟର ସାଇକେଲ ଆରୋହୀ ଓ କାର ଚାଳକ ମାନଙ୍କୁ ସିଟ ବେଲଟ ପିନ୍ଦିବା  ସମ୍ପର୍କରେ ସଚେତନତା କରାଇଥିଲେ । ମଟର ସାଇକେଲ ଚଳାଇବା ସମୟରେ ବିନା ହେଲେମେଣ୍ଟରେ ଗାଡି ଚଳାଇଲେ ନିଜ ପ୍ରତି ଓ ଅନ୍ୟ ମାନଙ୍କ ପ୍ରତି ବିପଦକୁ ନିମନ୍ତ୍ରଣ କରିଥାନ୍ତି ବୋଲି ପିଲାମାନେ ପଥଚାରୀ ମାନଙ୍କୁ ବୁଝାଇଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ , ପୁନମ କୁକୁର, କୃଷ୍ଣପିୟା ଦାଶ ଓ ନିହାରିକା ସେନାପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୧୨/୨୦୨୩---୭,୧୦  Sakhigopal News, 8/12/2023

Blog Archive

Popular Posts