କେନ୍ଦ୍ର ସରକାରଙ୍କ ଅବହେଳାକୁ ଦାୟୀ କରି ସତ୍ୟବାଦୀରେ ସମସ୍ତ ଶାଖା ଡାକଘର୧୨ ତାରିଖରୁ ବନ୍ଦ ରହିବ
ସାକ୍ଷୀଗୋପାଳ----- ସାତ ଦାବୀ ନେଇ ଅଖିଳ ଭାରତ ଗ୍ରାମୀଣ ଡାକସେବା ସଂଘ ୧୨ ତାରିଖ ଠାରୁ ସମସ୍ତ ଶାଖା ଡାକଘର ଗୁଡିକ ବନ୍ଦ କରିବା ସହ ହରତାଳ କରିବେ ବୋଲି ଜଣାପଡିଛି । ସତ୍ୟବାଦୀ ବ୍ଳକରେ ଥିବା ୧୫ ଗୋଟି ଡାକଘର ଏହି ବନ୍ଦ ଡାକରାରେ ସାମିଲ ହେବେ । ଯାହା ଫଳରେକି ଗ୍ରାମୀଣ ଡାକ ସେବା ଅନିଦ୍ଧିଷ୍ଟ କାଳ ପାଇଁ ଠପ ହୋଇଯିବ । ଲୋକମାନେ ଡାକଘର ମାଧ୍ୟମରେ କରୁଥିବା ଟଙ୍କା ଦେଣ ନେଣ ଠପ ହୋଇଯିବ । ସେମାନଙ୍କ ଦାବୀ ମଧ୍ୟରେ ୮ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ ଦାବୀ, ନିୟମିତ କର୍ମଚାରୀଙ୍କ ପରି ପଦୋନ୍ନତୀ, ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ ପେନସନ ପ୍ରଦାନ, ଗ୍ରାଚ୍ୟୁଟୀ ଓ ଗ୍ରୁଫଇନ୍ସୁରେନ୍ସ ପାଞ୍ଚଲକ୍ଷ ଟଙ୍କା ଦାବୀ, ୧୮୦ ଦିନ କାର୍ଯ୍ୟନିବସ ଛୁଟି ଏନକେସମେଣ୍ଟ, ଟାର୍ଗେଟ ନାମରେ ସେବକ ମାନଙ୍କୁ ମାନସିକ ନିର୍ଯ୍ୟତନା ବନ୍ଦ କରିବା ପାଇଁ ଦାବୀ ଓ ସମାନ କାମକୁ ସମାନ ଦରମା ଦେବାକୁ ଦାବୀ ମଧ୍ୟରେ ରହିଛି । ତୁରନ୍ତ ସେମାନଙ୍କ ଦାବୀ ଗୁଡିକ କେନ୍ଦ୍ର ସରକାର ମାନି ନେବାକୁ ଜଣସାଧାରଣରେ ଦାବୀ ହେଉଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୧୨/୨୦୨୩---୭,୧୦ Sakhigopal News,8/12/2023