ହାନା ଟାଇକୋଣ୍ଡା ଏକାଡେମୀର ଛାତ୍ର ଗୌଡୁକଂସ୍ୟ ପଦକ ପାଇଲେ
ସାକ୍ଷୀଗୋପାଳ---- ଉତ୍ତରାଖଣ୍ଡର ଡେରାଡୁନରେ ୩୭ତମ ସବଜୁନିଅର କିରୋଗୀ ଓ ୧୧ତମ ପୂମସି ଏବଂ ଷ୍ଠଠ କ୍ୟାଡେଟ ଜାତୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡିଶାରୁ ୫୩ ଜଣିଆ ସବଜୁନିଅର ଓ କ୍ୟାଡେଟ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ପୂମିସରେ ୧୮ ସ୍ୱର୍ଣ୍ଣ ଓ ଦଇଟି ରୌପ୍ୟ ସହିତ କଂସ୍ୟ ପଦକ ଜିତି ଚାମ୍ପିୟନ ଟ୍ରଫି ହାସଲ କରିଛନ୍ତି । ସେହିପରି ସାକ୍ଷୀଗୋପାଳ ସ୍ଥିତ ହାନା ଟାଇକୋଣ୍ଡା ଏକାଡେମୀର କୋଚ ଦୀପକ କୁମାର ପ୍ରଧାନଙ୍କ ତତ୍ୱାଧାନରେ ଆୟୁଧ ନାରାୟଣ ଗୌଡୁ ବିହାର, ଆସାମ ଓ ପଶ୍ଚିମବଙ୍ଗର ପତିପକ୍ଷଙ୍କୁ ହରାଇ କଂସ୍ୟ ପଦକ ପାଇଥିଲେ । ଖେଳାଳୀ ମାନଙ୍କ ଉନ୍ନତ ପ୍ରଦଶନ ପାଇଁ ଓଡିଶା ଟାଇକୋଣ୍ଡାସଂଘର ସାଧାରଣ ସମ୍ପାଦକ ଅଭିନନ୍ଦନ ଜଣାଇଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୧୨/୨୦୨୩---୭,୧୦ Sakhigopal News, 8/12/2023