Breaking News

ଜଟଣୀ ଗଣେଶ ପୂଜାରେ ଡିଜିଟାଲ ଆଲୋକୀ କରଣ ତୋରଣ ସାଙ୍ଗକୁ ମେକାନିକ ଆଲୋକୀ କରଣରେ ଝଲସିବ ସହର




ଜଟଣୀ -- ବ୍ୟବସାୟିକ ପେଣ୍ଠ ସ୍ଥଳୀ ଜଟଣୀ l କେଉଁ କାଳରୁ ବ୍ୟବସାୟୀ ଭାଇମାନେ ବ୍ୟବସାୟର ଉନ୍ନତି ତଥା ଭଲ ବ୍ୟବସାୟ ପାଇଁ ବିଘ୍ନନାଶକ ଙ୍କ ପୂଜା ଆରମ୍ଭ କରିଥିଲେ l ଏହି ଗଣେଶ ପୂଜା ଧୀରେ ଧୀରେ ଓଡିଶା ପ୍ରସିଦ୍ଧ ରୂପେ ପରିଚିତ ହେଲା l ଏହି ଗଣେଶ ପୂଜା  ଚଳିତ ବର୍ଷ ଏକଶତ ବର୍ଷରେ ପଦାର୍ପଣ କରୁଛି l ତେଣୁ ସହରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ନିଜ ନିଜ ସାଜସଜ୍ଜା ରେ ଲାଗି ପଡିଛନ୍ତି l ଆଉ ମାତ୍ର ଅଳ୍ପ ଦିନର ଆପେକ୍ଷା l ତେଣୁ ମୂର୍ତ୍ତି କାରିଗର ମାନେ ଭିନ୍ନ ଭିନ୍ନ ଆକୃତିର ଗଣେଶ ଯଥା -ସିଙ୍ଘ ଗଣେଶ, ସପ୍ତଫେଣି ଗଣେଶ, ଗଛ ଗଣେଶ, ଶିବପାର୍ବତୀ ଗଣେଶ ଏପରି ଅନେକ ଆକୃତିର ଗଣେଶ ନିର୍ମାଣ କରିବାରେ ଏବଂ ତୋରଣ ନିର୍ମାଣ କାରିଗର ମାନେ ନିଜ ନିଜ କାମରେ ବ୍ୟସ୍ତ l ଜଟଣୀ ସହରର ପୂଜାର ମହତ୍ୱ ହେଲା ଏଠାରେ ଗଣେଶଙ୍କ ସହ "ମା' ଲକ୍ଷ୍ମୀ ଏବଂ ସରସ୍ବତୀ ତିନି ଦେବ ଦେବୀ ପୂଜା ପାଆନ୍ତି l ସହରରେ ୨ଶହ ରୁ ଅଧିକ ମୂର୍ତ୍ତି ପୂଜା ପାଆନ୍ତି l ସେଥି ମଧ୍ୟରୁ ରେଲୱେ ଗୋଲେଇ ମାର୍କେଟ, ସୀତାରାମ ଛକ, ପୋଷ୍ଟ ଅଫିସ ଛକ, ଥାନା ଛକ, ମହୁଲ ଗୁଡ଼ିଆ ଛକ, ପୌରପରିଷଦ ଛକ, ହରିଭାଇନା ଛକ, ଖୁଦୁପୁର ଛକ, ବିନାୟକ ବଜାର, ମେଡିକାଲ ଛକ, ରାଜା ବଜାର, ବଡ ବଜାର, ପାରିବା ଏବଂ ମାଛ ମାର୍କେଟ ପ୍ରଭୃତି ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ଗଣେଶଙ୍କ ସହ "ମା 'ଲକ୍ଷ୍ମୀ ଏବଂ ସରସ୍ବତୀ ପୂଜା ପାଆନ୍ତି l ତା ସାଙ୍ଗକୁ ପଚାଶ ଫୁଟ ର ଆଲୋକୀ ତୋରଣ ଏବଂ ମେକାନିକ ମାଧ୍ୟମରେ ଗରିଲା, ବାଘ, ଶିବ ତାଣ୍ଡବ, ଜୋକର, ଡ୍ରାଗନ ଭଳି ଅନେକ ଭଳିକି ଭଳି ସାଜସଜ୍ଜା ରହିବ l ଜଟଣୀରେ ସର୍ବ ପ୍ରଥମେ ମହୁଲ ଗୁଡ଼ିଆ ଛକରେ ଗଣେଶ ପୂଜା ପାଇଥିବାରୁ ଏହାକୁ ବୁଢା ଗଣେଶ କୁହାଯାଏ l ଆଉ ଏକ ବିଶେଶ୍ୱତ ହେଲା ପୋଷ୍ଟ ଅଫିସ ଛକ ବ୍ୟବସାୟ ପ୍ରତିଷ୍ଠାନ ତରଫରୁ ଚଳିତ ବର୍ଷ ୫୦ କିଲୋ ଓଜନର ଲଡ଼ୁ ପୂଜା ଶେଷରେ ନୀଲାମର ଆୟୋଜନ କରାଯାଇଛି l  ଚଳିତ ବର୍ଷ ପୂଜାକୁ ଅଧିକ ସରଗରମ କରିବା ଜନସାଧାରଣଙ୍କ ମନୋରଞ୍ଜନ ପାଇଁ  ମୀନାବଜାର, ଯାତ୍ରା, ସାଙ୍ଗକୁ ମେଲୋଡି, ଡାନ୍ସ, ପାଲା, ଭଜନ ସନ୍ଧ୍ୟା ଏବଂ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୯/୨୦୨୩----୯,୧୦ Sakhigopal News,10/9/2023

Blog Archive

Popular Posts