ଡେଲାଙ୍ଗ ---------ଆସନ୍ତା ୩୦ ତାରିଖ ଦିନ ଗାନ୍ଧୀଜିଙ୍କ ତିରୋଧାନ ଦିବସ ବେରବୋଇ ଗାନ୍ଧୀପୀଠରେ ପାଳନ କରାଯିବ । ଗାନ୍ଧୀ ସ୍ମାରକୀ ସମିତି ଓ ଇଣ୍ଡ୍ରିଆନ ରେଡକ୍ରସ ଅନୁଷ୍ଠାନର ମିଳିତ ସହଯୋଗରେ ପାଳନ କରାଯିବା ପାଇଁ ଏକ ବୈଠକରେ ନିସ୍ପତି ଗ୍ରହଣ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ ବୈଠକରେ ଇ, ବିଚିତ୍ରା ନନ୍ଦ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ବୈଠକ ଆରମ୍ଭରୁ ଗାନ୍ଧୀଜିଙ୍କ ପ୍ରତିମୂତ୍ତିରେ ମାଲ୍ୟର୍ପଣ କରାଯାଇଥିଲା । ଗାନ୍ଧୀପୀଠର ଉନ୍ନତି , ସଫେଇ କରଣ ସମ୍ପର୍କେ ଆଲେଚନା କରାଯାଇଥିଲା । ଗାନ୍ଧୀ ସ୍ମାରକି ସମିତିର ସମ୍ପାଦକ ଚନ୍ଦ୍ର ଶେଖର ବିଶ୍ୱାଳ କହିଥିଲେ ଯେ ଡେଲାଙ୍ଗ ତହସିଲଦାର ପର୍ଯ୍ୟଟନ ବିଭାଗକୁ ଜମି ହସ୍ତାନ୍ତର କରି ସାରିଛନ୍ତି । ବହୁ ଶିଘ୍ର ରାଜ୍ୟ ପର୍ଯ୍ୟଟନ ବିଭାଗ କାର୍ଯ୍ୟ ଆରମ୍ଭ କରିବ ବୋଲି ସମ୍ପାଦକ ଶ୍ରୀ ବିଶ୍ୱାଳ ବୈଠକରେ ମତ ରଖିଥଲେ । ଅନ୍ୟ ମାନଙ୍କ ମଧ୍ୟରେ କସ୍ତୁରବା ସେବା କେନ୍ଦ୍ରର ସଂଚଳିକା କବିତା ରାଣୀ ପରିଡା, ବଲ୍ଲଭ ବିଶ୍ୱାଳ, ଅନାମ ମଲିକ, ସବେଶ୍ୱର ବରେଇ, ଅଭୟ ଚରଣ ସାହୁ, ଭାଗିରଥୀ ପରିଡା, ଅମରେନ୍ଦ୍ର ବାରକି ପ୍ରମୁଖ ବୈଠକରେ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୬/୧/୨୦୨୧----୯,୨୫