Breaking News

ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ଯୋଦ୍ଧାଙ୍କୁ ଆରମ୍ଭ ହେଲା ଟୀକା କରଣ

 


ଡେଲାଙ୍ଗ  ------ ପୁରୀ ଜିଲ୍ଲାର ଡେଲାଙ୍ଗ ଗୋଷ୍ଠୀ ସ୍‌ବାସ୍ଥ୍ୟ କେନ୍ଦ୍ର ପରିସରରେ କୋଭିଡଯୋଦ୍ଧା ମାନଙ୍କୁ ଟୀକା କରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଆଜି ଟୀକା କରଣର ପ୍ରଥମ ଦିନରେ ୧୦୦ ଜଣ କରୋନା ଯୋଦ୍ଧା ଭାବେ ଗଣତି କରାଯାଉଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡି କର୍ମୀ ଓ ଆଶାଦିଦି ମାନଙ୍କ ନାମ ରେଜେଷ୍ଟି କରାଯାଇଥିଲା । ସେମାନଙ୍କ ପାଖକୁ ମେସେଜ ମଧ୍ୟ ଆସି ଯାଇଥିଲା । ଡେଲାଙ୍ଗ ବିଡିଓ କ୍ଷୀରୋଦ କୁମାର ପ୍ରଧାନ ଓ ସ୍ୱାସ୍ଥ୍ୟ କେନ୍ଦ୍ରର ଇନିଚାର୍ଯ୍ୟ ଡ, ସନ୍ତୋଷ କୁମାର ତ୍ରିପାଠୀ ଟୀକା କରଣ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସେହିପରି ପ୍ରଥମ ଟୀକା ନେଇଥିଲେ ମେଡିକାଲ ଇନିଚାର୍ଯ୍ୟ ଡ. ଶ୍ରୀ ତ୍ରିପାଠୀ । ଉପସ୍ଥିତ ଥିବା ସ୍ୱାସ୍ଥ୍ୟ କର୍ମୀ , ଅଙ୍ଗନୱାଡି ଓ ଆଶା ଦିଦି ମାନଙ୍କ ମନରେ ଥିବା ଭୟ ଦୂର କରିବା ପାଇଁ ସେ ଟୀକା ନେଇଥିଲେ । ସେହିପରି ଟୀକା ନେବା ପରେ ଅବଜର ଗୃହରେ ପ୍ରାୟ ୩୦ ମିନିଟ ଟୀକା ନେଇଥିବା କରୋନା ଯୋଦ୍ଧା ମାନେ ରହିଥିଲେ । ସେହି ଗୃହ ଦାୟତ୍ୱରେ ରହିଥିଲେ ଆୟୁସ ଡାକ୍ତର ଜୟଶ୍ରୀ ହରିଚନ୍ଦନ, ଦିପିକା ସାହୁ । ଡେଲାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ନିହାର ରଞ୍ଜନ ଜେନା, ବିପିଏମ ଦିଲିପ ପରିଡା, ସୁଶିଲ କୁମାର ରାଉତ,ଅନନ୍ତ ରାମ ପଣ୍ଡା ଓ ବଳରାମ ପଟ୍ଟନାୟକ ପ୍ରମୁଖ ସ୍ୱାସ୍ଥ୍ୟ କର୍ମୀ ମାନେ ଟୀକା କରଣ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ୮୯ଜଣ ଟୀକା ନେଇଥବା ବିପିଏମ ଶ୍ରୀ ପରିଡାଙ୍କ ଠାରୁ ସୁଚନା ମିଳିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୬/୧/୨୦୨୧----୯,୧୫

Blog Archive

Popular Posts