
ସାକ୍ଷୀଗୋପାଳ ----- ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ୧୦୯ ଜଣ କରୋନ ଯୋଦ୍ଧାଙ୍କୁ ଟୀକା କରଣ କରି ପୁରୀ ଜିଲ୍ଲାରେ ନୂତନ ରେକର୍ଡ ସୃଷ୍ଟି କରିଛି । ସାକ୍ଷୀଗୋପାଳ ମେଡିକାଲ ଇନିଚାର୍ଯ୍ୟ ଡ. ବିଶ୍ୱଜିତି ମିଶ୍ର ଏଥିପାଇଁ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ, ଅଙ୍ଗନୱାଡି କର୍ମୀ ଓ ଆଶାଦିଦି ମାନଙ୍କ ଯୋଗୁ ଏହିସଫଳତା ମିଳି ପାରିଛି ବୋଲି କହିଛନ୍ତି । ବିଡିଓ କ୍ଷୀରୋଦ କୁମାର ବେହେରା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ. ବିଶ୍ୱଜିତି ମିଶ୍ର, ଜିଲ୍ଲା ସ୍ୱାସ୍ଥ୍ୟ ସମ୍ପସାରଣ ଅଧିକାରିଣି ଚନ୍ତଳା ପତି, ମହିଳା ଶିଶୁ ପ୍ରକଳ୍ପ ବିଭାଗର ସୁପର ଭାଇଜର ମିତା ନାଗ ଓ ପିୟୁସମୟୀ ପଣ୍ଡାଙ୍କ ସହିତ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନଙ୍କ ଉପସ୍ଥିତିରେ ଟୀକା କରଣ କାର୍ଯ୍ୟକ୍ରମର ଶୁଭା ଆରମ୍ଭ କରାଯାଇଥିଲା । ସ୍ୱାସ୍ଥ୍ୟକେନ୍ଦ୍ରରେ ମେଡିକାଲ ଅଧିକାରୀ ଡ, ମିଶ୍ର କର୍ମୀ ମାନଙ୍କ ମନରେ ଭୟ ଦୂର କରିବା ପାଇଁ ସେ ପ୍ରଥମେ ଟୀକା ନେଇଥିଲେ । ଶେଷରେ କରୋନା ହାରିଛି ଓ ଅପେକ୍ଷାର ଅନ୍ତ ଘଟିଛ ବୋଲି ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ଳକ ପୋଗ୍ରାମ ଅଫିସର ଜ୍ୟୋତି ରଞ୍ଜନ ଶତପଥି କହିଛନ୍ତି । ଟୀକା ପ୍ରଦାନ କରିଥିଲେ ସହଯୋଗୀ ପରିଦର୍ଶିକା ସରୋଜିନି ଦେବୀ ଓ ମହିଳା ସ୍ୱାସ୍ଥ୍ୟକର୍ମୀ ଅନିତା କୁଣ୍ଡ । ଅବଜର ରୁମରେ ଦାୟତ୍ୱରେ ରହିଥିଲେ ଷ୍ଟାପନର୍ସ କୁନିମନି ସେଠୀ ଓ ଫାର୍ମସିଷ୍ଟ ସୁରେଶ ଚନ୍ଦ୍ର ନନ୍ଦ । ବ୍ଳକ ଜନସ୍ୱାସ୍ଥ୍ୟ ଅଧିକାରିଣୀ କ୍ଷେତ୍ରମଣୀ ସେଠୀ , ବହୁମୁଖୀ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ସୁବାଷ ପ୍ରଧାନ, ବହୁମୁଖୀ ସ୍ୱାସ୍ଥ୍ୟ ପରିଚାଳିକା ସବେଶ୍ୱର ସାହୁଙ୍କ ସହିତ ସାକ୍ଷୀଗେ।।ପଳ ସ୍ୱାସ୍ଥ୍ୟକେନ୍ଦ୍ରର ପୁରୁଷ ଓ ମହିଳା କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ । ଅପରାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡ, ସୁଜତା ମିଶ୍ର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସମେନାସ୍ନ ମେଡିକାଲ ଅଫିସର ସୁନିଲ କୁମାର ଦାଶ ଟୀକା କରଣ କେନ୍ଦ୍ର ବୁଲିଥିଲେ । ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କ ସହଯୋଗରେ ଶହେ ଜଣ ଟୀକା ନେଇ ଏକ ଅପୁର୍ବ ସଫଳତା ଲାଭ କରିଥିବାରୁ ଖୁସି ହୋଇଥିଲେ । ତାଙ୍କ ସାଙ୍ଗରେ ଜିଲ୍ଲା ପ୍ରେଗ୍ରାମ ମ୍ୟାନେଜର ଟି ନାରାୟଣ ରାଓ ରହିଥିଲେ । ଟୀକା କରଣ ଶେଷ ପର୍ଯ୍ୟାୟରେ ଭୁବନେଶ୍ୱର ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚ୍ଚୀବ ବିଷ୍ଠୁ ପ୍ରସାଦ ମହାପାତ୍ର ପରିଦର୍ଶନ କରି ୧୦୯ ଜଣ ଟୀକା କରଣ ନେଇଥିବା ସୁଚନା ପାଇବା ପରେ ବେଶ ଖୁସି ପ୍ରକାଶ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୧/୨୦୨୧----୯,୨୫