Breaking News

ଓଡ଼ିଶା ଗ୍ରାମପଞ୍ଚାୟତ କର୍ମଚାରୀ ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖା ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ


 
ଖୋର୍ଦ୍ଧା----- ଖୋର୍ଦ୍ଧା ଜିଲ୍ଲାର ଦଶଟି ବ୍ଲକର ୧୯୦ ଗୋଟି ପଞ୍ଚାୟତ କାର୍ଯ୍ୟାଳୟ ରେ କାର୍ଯ୍ୟ କରୁଥିବା ୧୪୯ ଜଣ ପିଅନ , ୧୯ ଜଣ ରାତ୍ରି ଜଗୁଆଳି , ୭ ଜଣ ସ୍ୱିପରଙ୍କୁ  ଗ୍ରାମପଞ୍ଚାୟତ ମାନଙ୍କରେ Revenue Generate ହେଉନଥିବାରୁ କର୍ମଚାରୀ ମାନଙ୍କୁ ଖୁବ କମ ପାରିଶ୍ରମିକ ମିଳୁଛି ବୋଲି ଜଣାପଡିଛି । ଏବଂ ପାରିଶ୍ରମିକ ରେ ଅସଙ୍ଗତୀ ମଧ୍ୟ ରହିଛି । ରାଜ୍ୟ ସରକାରଙ୍କ ସର୍ବନିମ୍ନ ଦୈନିକ ମଜୁରୀ ୩ ଶହ ୩ଟଙ୍କା ରହିଥିବା ବେଳେ ଏହି କର୍ମଚାରୀ ମାନଙ୍କୁ ମାସକୁ କେଉଁଠି ପାଞ୍ଚଶହ ତ' କେଉଁଠି ହଜାରେ ଓ ପନ୍ଦର ଶହ ଟଙ୍କା ମିଳୁଛି ।
ଏ ସମ୍ପର୍କରେ ରାଜ୍ୟ ସ୍ତରରେ ଦାବୀଜଣାଇ ଥିଲେ ମଧ୍ୟ ଅର୍ଥ ବିଭାଗ ଓଡ଼ିଶା ଗ୍ରାମପଞ୍ଚାୟତ ନିୟମ ୧୨୫/୨୦୧୪ ଆଳଦେଖାଇ ଫେରାଇ ଦେଇଛନ୍ତି । ଫଳରେ ରାଜ୍ୟରେ ଛ'ହଜାର ସାତ ଶହ ଅଠାନବେ ପଞ୍ଚାୟତ ରେ କାର୍ଯ୍ୟରତ ଆଠହଜାର ଆଠଶହ ଏକୋଇଶ ଜଣ ବହୁ ଦୁଃଖରେ କାଳାତିପାତ କରୁଛନ୍ତି ବୋଲି କହିଛନ୍ତି ।
ଆସନ୍ତା ମାର୍ଚ୍ଚ ୫ ତାରିଖ ପୂର୍ବରୁ ବିଚାର ନ'କଲେ ରାଜ୍ୟ ସ୍ତରରେ ଆନ୍ଦୋଳନ କରାଯିବ ବୋଲି ସଙ୍ଘର ରାଜ୍ୟ ସାଧାରଣ ସମ୍ପାଦକ ସୁବ୍ରତ ରାଉଳ ଚେତାବନୀ ଦେଇଛନ୍ତି
ଇଫତେଖାର ଅଲ୍ଲୀ ଜଟଣୀ, ଖୋର୍ଦ୍ଧାରୁ ୧୮/୧/୨୦୨୧----୬,୨୦

Blog Archive

Popular Posts