Breaking News

ଦିଲା ଷ୍ପୋଟିଙ୍ଗ୍ ଟ୍ରଫି ବିଜେତା ହେଲେ ଆଚାର୍ଯ୍ୟ ହରିହର ସ୍ମୁତୀ ମହାବିଦ୍ୟାଳୟ


 ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଅଭୟମୁଖି ପଞ୍ଚାୟତ ଇନ୍ଦିପୁରଠାରେ ଦିଲା ଷ୍ପୋଟିଙ୍ଗ କ୍ରିକେଟ୍ ଟ୍ରଫ ଅନୁଷ୍ଠିତ ହୋଇଯାଇଛି ।ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ଅଞ୍ଚଳରୁ ୮ଟି ଦଳ  ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚଟି ଆଚାର୍ଯ୍ୟ ହରିହର ସ୍ମୁତୀ ମହାବିଦ୍ୟାଳୟ ଇନ୍ଦିପୁର ସହିତ ଅଭୟମୁଖି ରାମଚନ୍ଦ୍ରପୁର ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟଚଜିତି ଆଚାର୍ଯ୍ୟ ହରିହର ସ୍ମୁତୀ ମହାବିଦ୍ୟାଳୟ ୬ଓଭରରେ ୭ଉଇକେଟ ହରାଇ ୪୯ ରନ ସଂଗ୍ରହ କରିଥିଲା । ତାର ଜବାବରେ ଅଭୟମୁଖି ରାମଚନ୍ଦ୍ରପୁର ଦଳ ୬ଓଭରରେ ୬ଉଇକେଟ ହରାଇ ୩୫ ରନ ସଂଗ୍ରହ କରିଥିଲେ । ଫାଇନାଲ ମ୍ୟାଚକୁ ଆଚାର୍ଯ୍ୟ ହରିହର ସ୍ମୁତୀ ମହାବିଦ୍ୟାଳୟ ଦଳ ୧୫ ରନରେ ମ୍ୟାଚ ବିଜୟୀ ହେବା ସହିତ ଦିଲା ଷ୍ପୋଟିଙ୍ଗ ଟ୍ରଫି ବିଜେତା ଭାବେ ଘୋଷଣା କରାଯାଇଛି ।ମ୍ୟାନ ଅଫ ଦି ମ୍ୟାଚ ଓ ସିରିଜ୍ ଭାବେ ରୋନିତ ସ୍ୱାଇଁ ବିବେଚିତ ହୋଇଥିଲେ । ମୁଖ୍ୟ ଅତିଥିଭାବେ ସୈାମ୍ୟ ରଞ୍ଜନ ଜେନା ଓ  ଲକ୍ଷ୍ମୀଧର ପ୍ରଧାନ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।ସୁଶାନ୍ତ ପରିଡା ,ସୁଶାନ୍ତ ନନ୍ଦ,ମାନସ ବାରିକ ଖେଳକୁ ପରିଚାଳନା କରିଥିଲେ ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୫/୧/୨୦୨୧---୭,୦୫

Blog Archive

Popular Posts